ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଦ ନ ମିଳିବାରୁ ସାନିଟାଇଜର ପିଇ ୩ ଭାଇଙ୍କର ମୃତ୍ୟୁ ହୋଇଛି | ଏଭଳି ଘଟଣା ଘଟିଛି ଭୋପାଳର ଜାହାଙ୍ଗୀରବାଦରେ | ଗୋଟିଏ ପରିବାରର ୩ ଭାଇ ସାନିଟାଇଜର ପିଇ ପ୍ରାଣ ହରାଇଛନ୍ତି | ମିଳିଥିବା ସୂଚନା ଅନୁସାରେ- ସେହି ୩ ଭାଇ ଗୋଟିଏ ପରିବାରର ଓ ସମସ୍ତେ ଦିନ ମଜୁରିଆ ବୋଲି ଜଣାପଡିଛି। ତିନିଜଣଙ୍କ ମଧ୍ୟରୁ ଜଣେ ଭାଇ ଜାହାଙ୍ଗୀରବାଦରେ ଏବଂ ଅନ୍ୟ ଦୁଇଜଣ ଏମପି ନଗରରେ ପ୍ରାଣ ହରାଇଛନ୍ତି। ମାର୍ଚ୍ଚ ୨୧ରେ କୋଭିଡ ପ୍ରତିବନ୍ଧକ ହେତୁ ମଦ ନ ମିଳିବାରୁ ପୀଡିତମାନେ ସାନିଟାଇଜର ପିଇଥିଲେ। ପରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି। ଭୋପାଳ ସହକାରୀ ପୋଲିସ ଅଧୀକ୍ଷକ କହିଛନ୍ତି ଯେ ୩ ଭାଇ ମଦ୍ୟପାନ କରି ମୃତ୍ୟୁବରଣ କରିଥିବା ସୂଚନା ଆମକୁ ମିଳିଛି। ଆମେ ଜାଣି ନାହୁଁ ସେମାନେ କେଉଁଠାରେ ଓ କେଉଁ ପରିସ୍ଥିତିରେ ବସି ସାନିଟାଇଜର ପିଇଥିଲେ। ଏହି ଘଟଣାରେ ଆମେ ଅନୁସନ୍ଧାନ କରିବୁ।






More Stories
NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ…..
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..