Report Card Odisha

| Daily Odia News

ବାତ୍ୟା ତୌତେ ପ୍ରଭାବ:ଆରବ ସାଗରରେ ଜାହାଜ ବୁଡ଼ି ୩୭ମୃତ, ୩୮ ନିଖୋଜ…..

ରିପୋର୍ଟ କାର୍ଡ / ମୁମ୍ବାଇ

ବାତ୍ୟା ତୌତେ ପ୍ରଭାବରେ ଆରବ ସାଗରରେ ଓଏନଜିସିର ବାର୍ଜ ପାପା (ପି-୩୦୫) ସମତଳ ପୃଷ୍ଠ ଥିବା ଜାହଜ ବୁଡ଼ିବା ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି ଥିବା ବେଳେ ଆହୁରି ୩୮ ଜଣ ନିଖୋଜ ନେଇ ସୂଚନା ମିଳୁଛି । ସେମାନଙ୍କୁ ଉଦ୍ଧାର କରିବାକୁ ଭାରତୀୟ ନୌସେନା ଓ କୋଷ୍ଟଗାର୍ଡ ପକ୍ଷରୁ ଉଦ୍ୟମ ଜାରି ରହିଛି । ଅନ୍ୟପକ୍ଷରେ ଏହି ଜାହାଜରେ ଏପର୍ୟ଼୍ୟନ୍ତ ୧୮୭ ଜଣଙ୍କୁ ଉଦ୍ଧାର କରାଯ଼ାଇଛି । ମାତ୍ର ଦିନ ବିତିବା ସହ ସେମାନଙ୍କ ଜୀବିତ ହେବାର ସମ୍ଭାବନା ହ୍ରାସ ପାଉଛି ବୋଲି ଉଦ୍ଧାରକାରୀମାନେ ପ୍ରକାଶ କରିଛନ୍ତି । କାରଣ କେବଳ ଏକ ଲାଇଫ ଜ୍ୟାକେଟ୍ ସହାୟତାରେ ଏତେ ଦିନ ବିନା ଖାଦ୍ୟ ଓ ପ୍ରତିକୂଳ ପାଣିପାଗରେ ବଞ୍ଚିରହିବା ଅତ୍ୟନ୍ତ କଷ୍ଟକର ମନେହେଉଛି । ଗତ ୧୭ ତାରିଖରେ ବାତ୍ୟା ତୌତେ ଯ଼ୋଗୁଁ ସୃଷ୍ଟ ପ୍ରବଳ ସାମୁଦ୍ରିକ ଜୁଆର ଓ ପବନ ଯ଼ୋଗୁଁ ମୁମ୍ବାଇଠାରୁ ପ୍ରାୟ ୧୭୫ କିଲୋମିଟର ସମୁଦ୍ର ମଧ୍ୟରେ ଥିବା ଓଏନଜିସିର ତୈଳ କୂପ ବମ୍ବେ ହାଇ ନିକଟରେ ଏହି ବାର୍ଜଟି ବୁଡ଼ିଯ଼ାଇଥିଲା । ଏଥିରେ ପ୍ରାୟ ୨୭୩ ଲୋକ ଥିଲେ । ସେମାନେ ସମୁଦ୍ର ମଝିରେ ଥିବା ଓଏନଜିସି ତୈଳ ପ୍ରକଳ୍ପରେ କାମ କରୁଥିଲେ ।

Breaking News