Report Card Odisha

| Daily Odia News

ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ଓଡିଶା ସରକାର….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବ୍ଲାକ ଫଙ୍ଗସକୁ ନୋଟିଫାଏବୁଲ ଡିଜିଜ୍ ବା ମହାମାରୀ ଘୋଷଣା କଲେ ଓଡିଶା ସରକାର । ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରିବାକୁ ସୁପାରିଶ କରିଥିଲା କେନ୍ଦ୍ର। କରୋନା ମହାମାରୀ ସାରା ଦେଶରେ କାୟା ବିସ୍ତାର କରିଚାଲିଥିବା ବେଳେ ପୁଣି ଏକ ନୂଆ ରୋଗ୍‌ ବ୍ଲାକ୍‌ ଫଙ୍ଗସ୍‌ ଆସିଛି। ଏହି ଭୂତାଣୁରେ ଅନେକ ଲୋକ ସଂକ୍ରମିତ ମଧ୍ୟ ହେଲେଣି। ତେବେ ଏହାରି ମଧ୍ୟରେ, ବ୍ଲାକ୍‌ ପଙ୍ଗସ୍‌କୁ ମହାମାରୀ ଘୋଷଣା କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ସୁପାରିଶ କରିଥିଲେ। ଦିନକୁ ଦିନ ଦେଶରେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେଣୁ ଏବେ ବେଳ ଥାଉ ଥାଉ ସମସ୍ତେ ସଜାଗ ହୋଇ ଏହି ଭୂତାଣୁ ସହ ଲଢେଇ କରିବା ପାଇଁ କେନ୍ଦ୍ର ପରାମର୍ଶ ଦେଇଥିଲେ। ଆଗରୁ ମ୍ୟୁକୋରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କରିଥିଲେ ରାଜସ୍ଥାନ ସରକାର । ପୂର୍ବରୁ ଖୁବ୍ ବିରଳ ଦେଖାଯାଉଥିବା ଏହି ସଂକ୍ରମଣ ଏବେ କରୋନାରୁ ଆରୋଗ୍ୟ ହେଉଥିବା ବହୁ ଲୋକଙ୍କ ଠାରେ ଦେଖିବାକୁ ମିଳୁଛି । ତେବେ ରାଜସ୍ଥାନରେ ପ୍ରାୟ ୧୦୦ଜଣଙ୍କ ଠାରେ ଏହି ଫଙ୍ଗାଲ୍ ଇନଫେକ୍ସନ ଠାବ ହେବା ପରେ ସରକାରଙ୍କ ପକ୍ଷରୁ ଏହାକୁ ମହାମାରୀ ବା ଏପିଡେମିକ୍ ଘୋଷଣା କରାଯାଇଛି । “ବ୍ଲାକ୍ ଫଙ୍ଗସ୍”କୁ ମହାମାରୀ ବୋଲି ଘୋଷଣା କରାଯିବ ପରେ “ବ୍ଲାକ୍ ଫଙ୍ଗସ୍”ରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ରାଜ୍ୟ ସରକାରମାନେ ଜଣାଇବେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ, “ସମସ୍ତ ସରକାରୀ ଏବଂ ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ମେଡିକାଲ କଲେଜଗୁଡ଼ିକୁ ମ୍ୟୁକୋରମାଇକୋସିସର ସ୍କ୍ରିନିଂ, ଚିକିତ୍ସା, ଏବଂ ପରିଚାଳନା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶାବଳୀ ପାଳନ କରିବାକୁ ପଡ଼ିବ। କାରଣ କରୋନା ମହାମାରୀ ସହ ଏବେ ଆମ ସମସ୍ତଙ୍କୁ ଏକ ନୂଆ ମହାମାରୀ ସହ ଲଢେଇ କରିବାକୁ ପଡ଼ିବ। ବର୍ତ୍ତମାନ ସୁଦ୍ଧା ଦେଶରେ ୯୦ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ପ୍ରାଣ ମଧ୍ୟ ହରାଇ ସାରିଲେଣି।

 

Breaking News