ରିପୋର୍ଟ କାର୍ଡ / ମୁମ୍ବାଇ
ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ -ଭିକି କୌଶଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। କେବେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବେ ସେ ନେଇ ପ୍ରଶଂସକ ବେଶ୍ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ତେବେ ଗଣାମଧ୍ୟମ ରିପୋର୍ଟ ଅନୁଯାୟୀ ଉଭୟ କ୍ୟାଟ୍ରିନା ଏବଂ ଭିକି ଆଗାମୀ ଡିସେମ୍ବରରେ ହାତକୁ ଦି ହାତ ହୋଇପାରନ୍ତି। ବିବାହ ସମାରୋହ ପାଇଁ ପ୍ରସ୍ତୁତ ହେଉଥିବା କୁହାଯାଉଛି। ତେବେ ଅଗଷ୍ଟରେ ଭିକିଙ୍କ ସହ କ୍ୟାଟ୍ରିନାଙ୍କ ନିର୍ବନ୍ଧ ହୋଇଥିବା ଗୁଜବକୁ କ୍ୟାଟ୍ରିନା ଅସ୍ୱୀକାର କରିଥିଲେ। ଇ ଟାଇମ୍ସର ଏକ ନୂତନ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଦମ୍ପତି ସେମାନଙ୍କ ବିବାହ ସମାରୋହ ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ଡିସେମ୍ବରରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ଏହା ମଧ୍ୟ ସୂଚନା ମିଳିଛି ଯେ ଉଭୟଙ୍କ ବିବାହ ପୋଷାକ ଡିଜାଇନର୍ ସାବ୍ୟସାଚିଙ୍କ ଦ୍ୱାରା ଡିଜାଇନ୍ କରାଯାଇଛି।






More Stories
ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ…..
ପରଲୋକରେ ପ୍ରଦୀପ ରାୱତ…..
ଅଲ୍ଲୁ ଅର୍ଜୁନଙ୍କୁ ସମନ…..