ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ୨୫ ତାରିଖ ଯାଏ ଜେଲ୍ରେ ରହିବେ କୁସ୍ତିରେ ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାର | ଏନେଇ ନିର୍ଦ୍ଦେଶ ଦେଇଛନ୍ତି ସ୍ଥାନୀୟ ମାଜିଷ୍ଟ୍ରେଟ୍। ଗତମାସରେ ଛତ୍ରପାଲ୍ ଷ୍ଟାଡ଼ିୟମରେ ସୁଶୀଲ କୁମାର ଓ ତାଙ୍କ ସହଯୋଗୀ ଅନ୍ୟତମ ମଲ୍ଲଯୋଦ୍ଧା ସାଗର ଧନକଡ଼ଙ୍କୁ ମାଡ଼ ମାରିବାରୁ ସାଗରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ପୋଲିସରେ ମାମଲା ରୁଜୁ ହେବା ପରେ ସୁଶୀଲ ଫେରାର ହୋଇଯାଇଥିଲେ। ତେବେ ଗତ ମାସ ୨୩ରେ ସୁଶୀଲ ଓ ତାଙ୍କ ସହଯୋଗୀ ଅଜୟ କୁମାରଙ୍କୁ ପୋଲିସ ଗିରଫ କରିଥିଲା। ସୁଶୀଲଙ୍କୁ ପଚରାଉଚୁରା ପାଇଁ ୧୦ ଦିନ ପୋଲିସ ରିମାଣ୍ଡରେ ନେଇଥିଲା । ପରବର୍ତ୍ତୀ ସମୟରେ ସୁଶୀଲଙ୍କୁ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଜେଲ୍ ପଠାଇ ଦିଆଯାଇଥିଲା। ସୁଶୀଲ ୯ ଦିନ ଜେଲ୍ରେ ରହିବା ପରେ ଶୁକ୍ରବାର ତାଙ୍କୁ ସ୍ଥାନୀୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ହାଜର କରାଯାଇଥିଲା । ଆସନ୍ତା ୨୫ ପର୍ଯ୍ୟନ୍ତ ସୁଶୀଲଙ୍କୁ ଜେଲ୍ରେ ରଖିବାକୁ ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଥିଲେ। ସୁଶୀଲଙ୍କ ବିରୋଧରେ ହତ୍ୟା, ଅପହରଣ ଭଳି ଦଫାରେ ମାମଲା ରୁଜୁ ହୋଇଥିବା ବେଳେ ଏହି ଘଟଣାରେ ସୁଶୀଲଙ୍କୁ ମିଶାଇ ୧୦ଜଣଙ୍କୁ ପୋଲିସ ଗିରଫ କରିଛି।






More Stories
NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ…..
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..