ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଦିନକ ମଧ୍ୟରେ ୩୧,୨୨୨ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ ହୋଇଥିବା ବେଳେ ୨୯୦ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ,ନୂନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩୦ ଲକ୍ଷ ୫୮ ହଜାର ୮୪୩ରେ ପହଞ୍ଚିଛି । ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୧ ହଜାର ୪୨ରେ ପହଞ୍ଚିଛି। ଏବେ ଦେଶରେ ୩୯୨୮୬୪ ସକ୍ରିୟ ମାମଲା ରହିଛି ।ସେହିପରି ୩୨୨୨୪୯୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୋମବାର ଦିନ ଦେଶରେ ୧୫,୨୬,୦୫୬ ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୫୩,୩୧,୮୯,୩୪୮ କୋଭିଡ ନମୁନା ପରୀକ୍ଷା କରାଯାଇସାରିଲାଣି। ଦିନକ ମଧ୍ୟରେ ମୋଟ ୧ କୋଟି ୧୩ ଲକ୍ଷ ପାନ କୋଭିଡ ଟିକା ଦିଆଯାଇଛି। ଏହାକୁ ମିଶାଇ ମୋଟ ୬୯.୯୦ କୋଟି ପାନ ଟିକା ଦିଆଯାଇସାରିଲାଣି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..