Report Card Odisha

| Daily Odia News

ପୋଲିସ ମହାନିର୍ଦ୍ଦେଶକ ଅଫିସ ଘେରିଲା ବିଜେଡି…..

ରିପୋର୍ଟ କାର୍ଡ / କଟକ

ଭାରତୀୟ ଜନତା ପାର୍ଟିର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି ଆନ୍ଦୋଳନ। ମାତା ମଠ ଠାରେ ଆରମ୍ଭ ହୋଇଯାଇଛି ଗଣ ବିକ୍ଷୋଭ। ଏହା ସହିତ ପୋଲିସ ମହାନିର୍ଦ୍ଦେଶକ ଅଫିସ ଘେରାଉ ହୋଇଛି। ଶତାଧିକ ବିଜୁ ଜନତା ଦଳର କର୍ମୀମାନେ ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଡି ଜି ଅଫିସ ଅଭିମୁଖେ ଅଗ୍ରସର ହେଉଛନ୍ତି। ଏହି ସମୟରେ ମଧ୍ୟରେ ଡିଜି ଅଫିସ ଆଗରେ ମୁତୟନ ହୋଇଥିବା ସଶସ୍ତ୍ର ପୋଲିସ ଭିଡ ନିୟନ୍ତ୍ରଣ ଓ ଆଇନ ଅମାନ୍ୟକୁ ମୁକାବିଲା ପାଇଁ ମାର୍ଚ୍ଚିଙ୍ଗ ମଧ୍ୟ ଆରମ୍ଭ ହୋଇଯାଇଛି।

Breaking News