ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ହେଉଛି ଐତିହ୍ୟ,କଳା,ସଂସ୍କତି ଓ ପରମ୍ପରା ଭରା ରାଜ୍ୟ | ବର୍ଷକ ୧୨ ମାସରେ ୧୩ ପର୍ବ ପାଳିତ ହେଉଥାଏ ଓଡ଼ିଶାରେ | ରଜପର୍ବ କୃଷିଭିତ୍ତିକ ଏବଂ ଗଣପର୍ବ ଭାବେ ପରିଚିତ | ଆଷାଢ଼ ମାସ ଆରମ୍ଭରେ ରଜପର୍ବ ଆସେ | ସାଧାରଣ ରଜପର୍ବ ୩ ଦିନ ଧରି ପାଳନ କରାଯାଇଥାଏ | ପ୍ରଥମ ଦିନଟି ସଜବାଜ | ଦ୍ଵିତୀୟ ଦିନ ପହିଲି ରଜ | ତୃତୀୟ ଦିନଟି ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି | ଚତୁର୍ଥ ଦିନ ବସୁମତୀ ସ୍ନାନ | ଆଜି ଠାରୁ ଝିଅ ମାନେ ସଜବାଜ ହୋଇଥାନ୍ତି | ମାତ୍ର ଚଳିତ ବର୍ଷ କରୋନା ମହାମାରୀ କାରଣରୁ ରଜ ଫିକା ପଡିବ | ତଥାପି ରଜ ଉତ୍ସବ ମନାଇବାକୁ ଭୁଲିନାହାନ୍ତି | କାଲିଠାରୁ ପିଠାପଣାରେ ମହକିବ ଘର। ଓଠରେ ହସ ,ପାଟିରେ ରଜ ପାନ ଓ ମନରେ ଉଲ୍ଲାସ ଭରିଦେବ ରଜ। ରଜର ୩ ଦିନଯାକ ମହିଳାମାନଙ୍କୁ କାମ କରିବା ବାରଣ ହୋଇଥାଏ । ବିଶେଷକରି ଝିଅ ଏବଂ ନୂଆବୋହୂମାନଙ୍କୁ କାମ କରିବାକୁ ଦିଆଯାଏ ନାହିଁ। ପୃଥିବୀକୁ କଷ୍ଟ ହେବ ବୋଲି ଛେଚା, କୁଟା, ବଟା, ଘଷା ଆଦି କାମ ବନ୍ଦ ରଖାଯାଏ। ଚାଷୀମାନେ ବି ହଳ, ଲଙ୍ଗଳ ରଖିଦେଇ ଆମୋଦପ୍ରମୋଦରେ ଲାଗିଯା’ନ୍ତି। କାରଣ, ଏହାପରେ ଆରମ୍ଭ ହୋଇଯାଏ ମାଟି ସହ ମାଟି ହୋଇ ଖଟିବାର ସମୟ। ଭୂମିଦହନ ପରଦିନ ବସୁମତି ସ୍ନାନ ପରେ ରଜକୁ ବିଦାୟ ଦିଆଯାଏ ।






More Stories
ଆଜି ପବିତ୍ର ଅକ୍ଷୟ ତୃତୀୟା:ଅଖିମୁଠି ଅନୁକୂଳ କରିବ ଚାଷୀ, ରଥ କାଠ ଅନୁକୂଳ…..
ଅନ୍ତର୍ଜାତୀୟ ମହିଳା ଦିବସ:’ପାଇବା ପାଇଁ ଦେବା’……
ଆଜି ରଙ୍ଗର ପର୍ବ ହୋଲି…..