Report Card Odisha

| Daily Odia News

କରୋନା ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ….

ରିପୋର୍ଟ କାର୍ଡ / ଭୁବନେଶ୍ଵର

କରୋନା ମହାମାରୀର ଦ୍ଵିତୀୟ ଲହର ଜାରିରହିଥିବା ବେଳ ଡ଼ରାଇଲାଣି ତୃତୀୟ ଲହର | ଯାହାକୁ ନେଇ ପୁଣି ଲୋକଙ୍କ ମନରେ ଭୟର ବାତାବରଣ ଦେଖିବାକୁ ମିଳୁଛି | ମହାମାରୀର ଦୁଇ ଦୁଇଟି ଲହାରକୁ ଲୋକେ ସାମ୍ନା କରିଥିବ ବେଳେ ତୃତୀୟ ୱେଭକୁ ନେଇ ଆତଙ୍କିତ | ଏହି ସଙ୍କଟ ସମୟରେ ଟିକା ମୃତ୍ୟୁ ସଂଜୀବନୀ ସାଜିଛି ଥିବା ବେଳେ ଟିକା ମିଳୁନଥିବା ଅନେକ ଅଭିଯୋଗ ହେଉଛି | ଡ଼ିଏଏମଇଟି ସିବିକେ ମହାନ୍ତି କହିଛନ୍ତି କି ଟିକା ନେଇ ଆମର କାମ ହେଉଛି ଚେଷ୍ଟା କରିବା । ସବୁ ଆଡୁ ଆମେ ଚେଷ୍ଟା କରୁଛୁ ରାଜ୍ୟକୁ ଅଧିକ ଟିକା ଆଣିବା ପାଇଁ । ଚେଷ୍ଟା କରିବାଟା କିଛି ଭୁଲ ନୁହେଁ । ଆମେ ଗ୍ଲୋବାଲ ଟେଣ୍ଡର କରି ଚେଷ୍ଟା କରିଥିଲୁ । ଅଧିକ ଟିକା ପାଇଁ ଅନ୍ୟଠୁ ଚେଷ୍ଟା କରିବାଟା କ’ଣ ଭୁଲ ବୋଲି ପ୍ରଶ୍ନ କରିଛନ୍ତି ଡ଼ିଏଏମଇଟି। ସେ କହିଛନ୍ତି, ଗ୍ଲୋବାଲ ଟେଣ୍ଡରର ଅର୍ଥ ନୁହେଁ ଯେ ଆମେ ପାଇବୁ ବୋଲି ଗ୍ୟାରେଣ୍ଟି ରହିଛି । ମାତ୍ର ଆମେ ଚେଷ୍ଟା କରୁଛୁ ଅନ୍ୟ ସୋର୍ସରୁ ପାଇ ପାରିବୁ ନା ନାହିଁ । ବର୍ତ୍ତମାନ ଆମ ପାଖରେ ନେକ୍ସଟ ଅପ୍ସନ ହେଉଛି ଆମେ ପରିସ୍ଥିତିକୁ ଦେଖି ଆକଳନ କରି କ’ଣ କ’ଣ ଷ୍ଟେପ ନିଆ ହୋଇ ପାରିବ ସେ ଦିଗରେ କାମ କରିବୁ । ବିଦେଶରୁ ଟିକା ଆଣିବା କ୍ଷେତ୍ରରେ ପୂର୍ବରୁ ଅନେକ କଟକଣା ଥିଲା ସେଥିପାଇଁ ଆମେ ବିଫଳ ହେଇଛୁ । ଗତ ଦୁଇ ତିନି ଦିନ ମଧ୍ୟରେ କଟକଣା ବହୁତ କୋହଳ ହୋଇଛି । ଏହି ପ୍ରକ୍ରିୟା କୋହଳ ହେବା ପରେ ଆମ ପାଖରେ ଆଉ ଏକ ସ୍କୋପ ଆସିଛି । ବର୍ତ୍ତମାନ କୁହାଯାଇ ପାରିବନି ଗ୍ଲୋବାଲ ଟେଣ୍ଡରକୁ କଣ କରାଯିବ । ଯଦି ବର୍ତ୍ତମାନ ଦିଆଯାଇଥିବା ନୂଆ ତାରିଖ ଫେଲୁୟର ହେବ ତେବେ ତାକୁ ରି-ଟେଣ୍ଡର କରାଯିବ କି ଘୁଞ୍ଚା ଯିବ ତାହା ସରକାର ନିଷ୍ପତ୍ତି ନେବେ । ଏମିତି ବହୁତ ସଂକ୍ରମଣର ଅନେକ ଗୁଡିଏ ୱେଭ ଆସିବାର ନଜର ରହିଛି । ମାତ୍ର ଥାର୍ଡ ୱେଭ କେବେ ଆସିବ ଓ ଏହାର ପ୍ରଭାବ କେମିତି ରହିବ ତାହା କହିବା ଅସମ୍ଭବ । ତଥାପି ରାଜ୍ୟ ସରକାର ତୃତୀୟ ୱେଭ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଭିତ୍ତିଭୂମି, ଅକ୍ସିଜେନ, ମେଡ଼ିସିନ, ସବୁ କିଛି ମହଜୁଦ ରହିଛି । ଅନ୍ୟ ରାଜ୍ୟ ପରି ଆମ ରାଜ୍ୟର ଅନେକ ଜିଲ୍ଲାରେ କରୋନା କୋପ କମିବାର ଧାରା ଆରମ୍ଭ ହୋଇଛି । ଆମେ ଆଶା କରିବା ଏହି ଧାରା ବଜାୟ ରହୁ । ବିଗତ ଦିନରେ ବଢିଥିବା ସଂକ୍ରମଣ ଯୋଗୁ ବର୍ତ୍ତମାନ ମୃତ୍ୟୁସଂଖ୍ୟା ବଢୁଛି । ପୂର୍ବରୁ ମେଡ଼ିକାଲରେ ଭର୍ତ୍ତି ହୋଇଥିବା କିଛି କ୍ରିଟିକାଲ ସଂକ୍ରମିତଙ୍କର ମୃତ୍ୟୁ ହେଉଛି । ମାତ୍ର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ରହିଛି ।

Breaking News