ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିନା ଫାଷ୍ଟଟ୍ୟାଗରେ ଯେଉଁ ଗାଡ଼ିଗୁଡ଼ିକ ଟୋଲ୍ ଲେନ୍ ଭିତରକୁ ପ୍ରବେଶ କରିବ, ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ସେମାନଙ୍କ ଠାରୁ ଦୁଇଗୁଣା ଟୋଲ ଆଦାୟ କରାଯିବ। ଏକ ସରକାରୀ ବିବୃତି ଅନୁଯାୟୀ, ୱିଣ୍ଡସ୍କ୍ରିନରେ ଜାଣିଶୁଣି ଫାଷ୍ଟଟ୍ୟାଗ୍ ନ ଲଗାଇବା ଫଳରେ ଟୋଲ ପ୍ଲାଜାରେ ଅନାବଶ୍ୟକ ବିଳମ୍ବ ହେଉଛି, ଯାହାଫଳରେ ଜାତୀୟ ରାଜପଥ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମସ୍ତ ଉପଭୋକ୍ତା ଶୁଳ୍କ ଆଦାୟ କାରୀ ସଂସ୍ଥା ଏବଂ ରିହାତିଧାରୀମାନଙ୍କୁ ସମ୍ମୁଖ ଭାଗରେ ଫାଷ୍ଟଟ୍ୟାଗ୍ ନ ଲଗାଇଲେ ୨ ଗୁଣ ଉପଭୋକ୍ତା ଶୁଳ୍କ ଆଦାୟ କରିବାକୁ ବିସ୍ତୃତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ଜାରି କରାଯାଇଛି। ଏହି ସୂଚନା ସମସ୍ତ ୟୁଜର ଫି ପ୍ଲାଜାରେ ମଧ୍ୟ ପ୍ରଦର୍ଶିତ ହେବ। କେବଳ ସେତିକି ନୁହେଁ, ଫି ପ୍ଲାଜାରେ ଗାଡ଼ି ପଞ୍ଜୀକରଣ ନମ୍ବର ଥିବା ସିସିଟିଭି ଫୁଟେଜକୁ ଫାଷ୍ଟଟ୍ୟାଗ୍ ମାମଲାର ଯାଞ୍ଚ ନିମନ୍ତେ ବ୍ୟବହାର କରାଯିବ। ଏହା ଦ୍ୱାରା ଆଦାୟ କରାଯାଉଥିବା ଫି’ ଓ ଟୋଲ୍ ଲେନରେ ଗାଡ଼ିର ଉପସ୍ଥିତି ସମ୍ପର୍କରେ ଉପଯୁକ୍ତ ରେକର୍ଡ ରଖିବାରେ ସହାୟକ ହେବ।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..