Report Card Odisha

| Daily Odia News

ଦେଶରେ ଆରମ୍ଭ ହେବ ସୋରେ ସର୍ଭେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକାର ଔଷଧ ନିୟାମକ ୟୁଏସଏଫଡିଏ ପକ୍ଷରୁ କୋଭାକ୍ସିନକୁ ଜରୁରିକାଳୀନ ଅନୁମତି ନ ଦେବା ଭାରତରେ ଏହି ଟିକାର ବ୍ୟବହାର ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯ଼ାଇଛି । ତେବେ ଆସନ୍ତା ୭ରୁ ୮ ଦିନ ମଧ୍ୟରେ କୋଭାକ୍ସିନର ପର୍ଯ୍ୟାୟ ପରୀକ୍ଷଣ ଫଳାଫଳ ପ୍ରକାଶିତ ହେବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯ଼ାଇଛି । ଆମର ଔଷଧ ନିୟାମକ (ଡିସିଜିଆଇ) ଏହି ଟିକାକୁ ମଂଜୁରୀ ଦେବା ନେଇ ଆମେ ସନ୍ତୁଷ୍ଟ ଅଛୁ । ଏହି ଟିକାର ସୁରକ୍ଷା, କ୍ଷମତା ସଂପର୍କିତ ତଥ୍ୟ ଦେଖିବା ପରେ ଡିସିଜିଆଇ ଏହାର ଅନୁମତି ଦେଇଥିଲେ । ଏହାର ୩ୟ ପର୍ଯ୍ୟାୟ ପରୀକ୍ଷଣ ଫଳାଫଳ ମଧ୍ୟ ଆସନ୍ତା ୭ରୁ ୮ ଦିନ ମଧ୍ୟରେ ଆସିଯିବ । ୟୁଏସଏଫଡିଏ ପକ୍ଷରୁ କୋଭାକ୍ସିନକୁ ଜରୁରିକାଳୀନ ଅନୁମତି ନ ଦେବା ତାଙ୍କ ନିଜସ୍ବ ନିଷ୍ପତ୍ତି ଓ ଏହା ଆମ ଦେଶର ନିଷ୍ପତ୍ତିକୁ କୌଣସି ପ୍ରକାରେ ପ୍ରଭାବିତ କରିବ ନାହିଁ ବୋଲି ନିତି ଆୟୋଗର ସଦସ୍ୟ (ସ୍ବାସ୍ଥ୍ୟ) ଓ ସରକାରଙ୍କ କୋଭିଡ ଟିକାକରଣ ଟାସ୍କଫୋର୍ସର ଅଧ୍ୟକ୍ଷ ଡ. ଭି.କେ.ପଲ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ ପରବର୍ତ୍ତୀ ସୋରେ ସର୍ଭେ ପାଇଁ ପ୍ରସ୍ତୁତି ଶେଷ ହୋଇଛି ଓ ଚଳିତ ମାସରେ ଏହା ଆରମ୍ଭ ହେବ । ତେବେ ରାଜ୍ୟମାନେ ବି ଏପରି ସେରୋ ସର୍ଭେ ନିଜ ନିଜ ରାଜ୍ୟରେ କରିବା ଉଚିତ ବୋଲି ସେ କହିଛନ୍ତି ।

Breaking News