ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ବିରୋଧୀ ଲଢ଼େଇ ପାଇଁ ଡିଆରଡିଓ ଦ୍ବାରା ପ୍ରସ୍ତୁତ ହୋଇଥିବା କରୋନା ଔଷଧ ୨-ଡିଜିର ଶୁଭାରମ୍ଭ ହୋଇଛି। ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଡିଆରଡିଓ ମୁଖ୍ୟାଳୟରେ ଏହାର ଶୁଭାରମ୍ଭ କରିଛନ୍ତି। ଏବେ ଏହି ଔଷଧକୁ କରୋନା ଚିକିତ୍ସାରେ ବ୍ୟବହାର କରାଯିବ। ସର୍ବପ୍ରଥମେ ଦିଲ୍ଲୀର ଡିଆରଡିଓ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଏହି ଔଷଧ ପ୍ରଦାନ କରାଯିବ। କରୋନା ବିରୋଧୀ ଲଢ଼େଇରେ ଡିଆରଡିଓର ଏହି ଔଷଧ ନୂଆ ଆଶା ସଞ୍ଚାର କରିଛି। ଏହି ଔଷଧର ପୂରା ନାମ ୨-ଡିଅକ୍ସି-ଡି-ଗ୍ଲୁକୋଜ। ଏହା ପାଉଡର ରୂପରେ ପ୍ୟାକେଟରେ ରହିଛି। ପାଣିରେ ମିଶାଇ ଏହାକୁ ସେବନ କରାଯିବ। ଡ୍ରଗ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଏହାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଥିଲା।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..