Report Card Odisha

| Daily Odia News

ବିବାହ ଆୟୋଜନ କଲେ ହେବ କରୋନା ଟେଷ୍ଟ,ରିପୋର୍ଟ ପଜିଟିଭ୍ ଆସିଲେ ମିଳିବନି ଅନୁମତି….

ରିପୋର୍ଟ କାର୍ଡ / ଗଞ୍ଜାମ (ମହେଶ୍ୱର ସେଠୀ)

କରୋନା ସଂକ୍ରମଣ ହୁହୁ ହୋଇ ବଢି ଚାଲିଛି | ରାଜ୍ୟରେ ସଂକ୍ରମଣ ରୋକିବା ପାଇଁ ସରକାର କରୋନା କଟକଣାକୁ କଡାକଡି କରିଛନ୍ତି | ବିବାହ ଆୟୋଜନ କଲେ ପରିବାର ସଦସ୍ୟଙ୍କ ହେବ କରୋନା ଟେଷ୍ଟ | ରିପୋର୍ଟ ପଜିଟିଭ୍ ଆସିଲେ ମିଳିବନି ଅନୁମତି | କରୋନା ସଂକ୍ରମଣ ବଢ଼ୁଥିବାରୁ କଟକଣା ମଧ୍ୟରେ ବିବାହ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ବିବାହରେ ୫୦ ଲୋକ ଏକାଠି ହୋଇପାରିବେ । ଏଥିପାଇଁ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନେବାକୁ ପଡ଼ିବ । ଏଭଳି ସମୟରେ ଜିଲ୍ଲାରେ କେହି ବିବାହ ଆୟୋଜନ କଲେ ପରିବାର ସଦସ୍ୟଙ୍କ କରୋନା ଟେଷ୍ଟ କରାଇବେ । କୌଣସି ସଦସ୍ୟଙ୍କର ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ପଜିଟିଭ ଥିବା ଜଣାପଡ଼ିଲେ ବାହାଘରକୁ ଅନୁମତି ଦିଆଯିବ ନାହିଁ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହା କହିଛନ୍ତି । ଏ ସମ୍ପର୍କରେ ଉପଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇଛି । ବିବାହ ଭୋଜି ବେଳେ କରୋନା ଗାଇଡଲାଇନ୍ ଉଲ୍ଲଙ୍ଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେପଟେ ସକାଳ ୬ଟା ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମଦ ହୋମ ଡେଲିଭେରୀକୁ ଅନୁମତି ଦିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Breaking News