ରିପୋର୍ଟ କାର୍ଡ / ଝାରସୁଗୁଡ଼ା
ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ ପାଖରେ ଖସିପଡ଼ିଲା ଡ୍ରୋନ୍ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି | ଗତ ୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାରସୁଗୁଡ଼ା ଗସ୍ତରେ ଯାଇଥିଲେ। ମୁଖ୍ୟମନ୍ତ୍ରୀ ଝାଡ଼େଶ୍ୱର ମନ୍ଦିରକୁ ପ୍ରବେଶ କରିବାକୁ ଯାଉଥିବା ସମୟରେ ଏକ ଡ୍ରୋନ୍ ତାଙ୍କ ପାଖରେ ଖସିପଡ଼ିଥିଲା। ଡ୍ରୋନଟି ଅତର୍କିତ ଭାବେ ପଡ଼ିବାରୁ ଖୋଦ୍ ମୁଖ୍ୟମନ୍ତ୍ରୀ ଚମକି ପଡ଼ିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତୁରନ୍ତ ପିଏସଓ ଉକ୍ତ ଡ୍ରୋନକୁ ପାଦରେ ଏଡ଼ାଇ ଦେଇଥିଲେ। ତେବେ କିଭଳି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଡ୍ରୋନ୍ ଖସିଲା ସେନେଇ ପ୍ରଶ୍ନ ଉଠିଛି। କୌଣସି ବ୍ୟକ୍ତି ଫଟୋ ଉଠାଇବା ଉଦ୍ଦେଶ୍ୟରେ ଏହି ଡ୍ରୋନ୍ ଉଡ଼ାଇଥିବା ଜଣାପଡ଼ିଛି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ ଉପରେ ଏଭଳି ଡ୍ରୋନ୍ ଉଡ଼ାଇବାକୁ କିଏ ଅନୁମତି ଦେଲା ଏବଂ କିପରି ଏହା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଖସିପଡ଼ିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଥିଲା ବୋଲି ଆଲୋଚନା କରାଯାଉଛି।






More Stories
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..
ହ୍ବାଟ୍ସ ଆପ୍ରେ ମିଳିବ ରାଜସ୍ୱ ସେବା…..