ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ ରେ ଭାରତୀୟ ବାୟୁସେନା ସ୍ଥଳ ଉପରେ ପୁନର୍ବାର ଏକ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଛି । ଏହି ଡ୍ରୋନ ବୁଧବାର ରାତିରେ ଉଡୁଥିବାବେଳେ ତାକୁ ନିରାପତ୍ତା ବାହିନୀ ଠାବ କରିଥିବା ନେଇ ସୂଚନା ମିଳିଛି । ଉଲ୍ଲେଖ ଯୋଗ୍ୟକି- ଜମ୍ମୁ ବାୟୁସେନା ସ୍ଥଳ ଉପରେ ଜୁନ୍ ୨୭ ତାରିଖରେ ଡ୍ରୋନରୁ ଆକ୍ରମଣ କରାଯିବାର ମାତ୍ର ତିନି ସପ୍ତାହ ପରେ ପୁଣି ଏଠାରେ ଡ୍ରୋନ ଉଡିଛି | ରାତିରେ ଡ୍ରୋନ ଉଡିବା ସମୟରେ ସେଠାରେ ସ୍ଥାପନ କରାଯାଇଥିବା ଡ୍ରୋନ ଠାବକାରୀ ରାଡାର ପ୍ରଯୁକ୍ତି ଡ୍ରୋନକୁ ତୁରନ୍ତ ଠାବ କରିବାରେ ସମର୍ଥ ହୋଇଥିଲେ । ଏହାପରେ ସଜାଗ ଥିବା ଭାରତୀୟ ସୈନ୍ୟମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଡ୍ରୋନଟି ପ୍ରାୟ ୩ କିଲୋମିଟର ଉଚ୍ଚତାରେ ଉଡୁଥିଲା | ଏହା ସେକେଣ୍ଡକୁ ୯ ମିଟର ବେଗରେ ଗତି କରୁଥିଲା। ଉକ୍ତ ସ୍ଥାନରେ ଖଞ୍ଜାଯାଇଥିବା କିଲର ଡ୍ରୋନ ବ୍ୟବସ୍ଥା ସକ୍ରିୟ ହୋଇଯିବାପରେ ସୈନ୍ୟମାନେ ଡ୍ରୋନକୁ ନିଷ୍କ୍ରିୟ କରିଦେଇଥିଲେ। ପରେ ଡ୍ରୋନଟି ତଳକୁ ଖସିପଡିଥିଲା । ସୁରକ୍ଷା ବାହିନୀ ପକ୍ଷରୁ ତୁରନ୍ତ ଉକ୍ତ ଅଞ୍ଚଳରେ ଯାଞ୍ଚ ଅଭିଯାନ ଆରମ୍ଭ କରାଯିବା ସହିତ ଉକ୍ତ ଡ୍ରୋନରେ କିଛି ସାମଗ୍ରୀ ଥିଲା କି ନାହିଁ ତାହା ଯାଞ୍ଚ କରିବା ଆରମ୍ଭ କରାଯଇଛି।






More Stories
ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା…..
୩୧ ଯାଏଁ ଜାରି ରହିବ ଇ-କେଓ୍ବାସି ପ୍ରକ୍ରିୟା…..
୩୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର…..