ରିପୋର୍ଟ କାର୍ଡ / ମାଲକାନଗିରି
ବର୍ଷା ଦିନେ ନକ୍ସଲଙ୍କୁ ଟାର୍ଗେଟ କରିବା ସୁରକ୍ଷାକର୍ମୀଙ୍କ ପାଇଁ ସମସ୍ୟା ହେଉଥିବା ବେଳେ ଯବାନ ଏବେ ଡ୍ରୋନର ସାହାଯ୍ୟ ନେଇଛନ୍ତି। ବର୍ଷାରେ ଜଂଗଲରେ ଯବାନ କୁମ୍ବିଂ କରୁଥିବା ବେଳେ ଡ୍ରୋନ ନକ୍ସଲଙ୍କର ପତ୍ତା ଓ ଠିକଣା ଜଣାଇବ।ପ୍ରାୟ ୧୫୦୦ ଫୁଟ ଉପରେ ଡ୍ରୋନ ଉଡି ନକ୍ସଲଙ୍କ ଗତିବିଧି ସଂପର୍କରେ ସଠିକ ସୂଚନା ପ୍ରଦାନ କରିବ। ଥରେ ଇନ୍ଧନ ଭର୍ତ୍ତି କଲେ ଏହା ପ୍ରାୟ ୧୦ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଉଡ଼ିପାରିବ। ନୂଆନୂଆ ଟେକନଲୋଜିର ସାହାଯ୍ୟ ନେଇ ପୋଲିସ ନକ୍ସଲ ଦମନ ରଣନୀତିକୁ ଆହୁରି ତୀବ୍ରତର କରୁଛି। ଟେକନଲୋଜି କାରଣରୁ ହିଁ ଆଜି ପର୍ଯ୍ୟନ୍ତ ସୁରକ୍ଷାକର୍ମୀଙ୍କର କୌଣସି ମୃତାହତ ହେଉନାହିଁ। ଜଂଗଲରେ ବର୍ଷାରେ ନକ୍ସଲଙ୍କ ସହ ଲଢିବା କଷ୍ଟସାଧ୍ୟ ଅଟେ।ତେଣୁ ଡ୍ରୋନ ହିଁ ସୁରକ୍ଷାକର୍ମୀଙ୍କୁ ନକ୍ସଲଙ୍କର ସମସ୍ତ ଗତିବିଧି ଏବଂ ଠିକଣା ପ୍ରଦାନ କରିବା ପରେ ସୁରକ୍ଷାକର୍ମୀ ଆକ୍ରମଣ କରିପାରିବେ।ଡ୍ରୋନକୁ ରିମୋଟ କଣ୍ଟୋଲ ଦ୍ବାରା ଚାଳିତ କରାଯିବ, ଯାହାକୁ ନେଇ ପୁଲିସ ଜଂଗଲରେ ଏହାର କାର୍ଯ୍ୟ ଆରମ୍ଭ କରିଛି। ଏବେ ସୀମାନ୍ତ ଛତିଶଗଡ଼ରେ ନକ୍ସଲଙ୍କ ହିଂସା ବୃଦ୍ଧି ପାଉଥିବାରୁ ପୋଲିସ ଓ ଯବାନ ଦିନରାତି ଏକ କରି ନକ୍ସଲ ଦମନ ‘ଅପରେସନ କଗାର‘ ଆରମ୍ଭ କରିଛି। ନକ୍ସଲ ଦମନ ପାଇଁ ସରକାର ସୁରକ୍ଷାକର୍ମୀଙ୍କୁ ଅତ୍ୟାଧୁନିକ ଡ୍ରୋନ ପ୍ରଦାନ କରାଯାଇଛି। ସୀମାନ୍ତରେ ସଂପୂର୍ଣ୍ଣ ନକ୍ସଲ ଦମନ ପରେ ହିଁ ଯବାନ ଶାନ୍ତିରେ ବସିବେ ବୋଲି କୁହାଯାଇଛି। ଏନେଇ ଛତିଶଗଡ ମନ୍ତ୍ରୀ ଏବଂ ବସ୍ତର ଆଇଜି ସୁନ୍ଦରରାଜ ପି ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି। ଆଗକୁ ଡ୍ରୋନ ସାହାଯ୍ୟରେ ହିଁ ନକ୍ସଲ ଦମନ କରାଯିବ ବୋଲି ଦୁହେଁ କହିଛନ୍ତି। ଏହା ପୂର୍ବରୁ ମଧ୍ୟ ବହୁଥର ପୋଲିସ ଡ୍ରୋନ ସାହାଯ୍ୟରେ ନକ୍ସଲଙ୍କର ଗତିବିଧି ଜାଣିବାକୁ ପାଇଥିଲା ଏବଂ ଚଢ଼ାଉ କରିଥିଲା। କିନ୍ତୁ ତାହା ଏତେ ଉନ୍ନତଧରଣର ନଥିଲା, ଯାହାଦ୍ବାରା ନକ୍ସଲ ଅତି ସହଜରେ ଡ୍ରୋନକୁ ମାରି ଉଡ଼ାଇ ଦେଉଥିଲେ। ଏବେ ଏହି ଅତ୍ୟାଧୁନିକ ଡ୍ରୋନ ସଂପର୍କରେ ନକ୍ସଲ ଟେର ବି ପାଇପାରିବେ ନାହିଁ ବୋଲି କୁହାଯାଇଛି, ଯଦ୍ବାରା ନକ୍ସଲ ସଂପୂର୍ଣ୍ଣ ନିପାତ ହେବେ।
More Stories
କେନ୍ଦ୍ରୀୟ ଡେପୁଟେଶନରେ ଯିବେ ୨ IPS ଅଫିସର….
ମେ’ ୧୫ରୁ ୨୦ ମଧ୍ୟରେ ଯୁକ୍ତ ୨ ପରୀକ୍ଷା ଫଳ…..
ସ୍ତ୍ରୀଙ୍କ ଉପରେ ରାଗି ଜାଳିଦେଲା ସ୍ୱାମୀ…..