Report Card Odisha

| Daily Odia News

ନ୍ୟାୟ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟପାଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କର୍ତ୍ତବ୍ୟରତ ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ପୁରୀ ରାଜଭବନ ପରିସରରେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ମାଡ଼ ମାରିବା ଘଟଣା ନୂଆମୋଡ଼ ନେଇଛି। ରାଜ୍ୟପାଳ ଶ୍ରୀ ଦାସ ନିଜେ ଏହି ଘଟଣାରେ ହସ୍ତକ୍ଷେପ କରି ପୀଡ଼ିତ ଶ୍ରୀ ପ୍ରଧାନ ଓ ତାଙ୍କ ପତ୍ନୀଙ୍କୁ ଡାକି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାସହିତ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ୭ଦିନ ମଧ୍ୟରେ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କ ପତ୍ନୀ ସାୟୋଜୀ କୁମାରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟପାଳ ତାଙ୍କୁ ଆଜି ଡାକି ତାଙ୍କର କଥା ସବୁ ଶୁଣିଛନ୍ତି । ରଥଯାତ୍ରା ଡ୍ୟୁଟିରେ ଯାଇଥିବା ତାଙ୍କ ସ୍ୱାମୀଙ୍କୁ ପୁରୀ ରାଜଭବନ ପରିସରରେ ରାଜ୍ୟପାଳଙ୍କ ପୁଅ କିଭଳି ମାଡ଼ ମାରିଥିଲେ ସେସମସ୍ତ ଘଟଣା ସମ୍ପର୍କରେ ଅବଗତ ହେଲେ । ତାଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Breaking News