ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାଲିବାନି ମାନେ ଆଫଗାନିସ୍ତାନକୁ ଦଖଲ କରିନେଇଛନ୍ତି | ଆଫଗାନିସ୍ତାନ ସରକାରଙ୍କର ପତନ ଘଟିଛି | ହେବ ତାଲିବାନ ଶାସନ ଆସିବା ମାତ୍ରେ ଦେଶ ଛାଡି ଚାଲି ଚାଲିଯାଇଥିବା ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ଭାଇ ହଶମତ ଘନ ତାଲିବାନରେ ସାମିଲ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ହଶମତ ଘନି ତାଲିବାନ ନେତା ଖଲିଲ-ଉର-ରେହମାନ ଓ ଧାର୍ମିକ ନେତା ମୁଫତି ମହମୁଦ ଜାକିରଙ୍କ ଉପସ୍ଥିତିରେ ତାଲିବାନକୁ ସମର୍ଥନ ଦେବା କଥା ଘୋଷଣା କରିଛନ୍ତି । ଅଶରଫ ଘନି ଏବେ ପରିବାର ସହ ୟୁଏଇରେ ଅଛନ୍ତି । କାବୁଲ ନ୍ୟୁଜ ବୁଧବାର କେତେଗୁଡିଏ ଟୁଇଟ୍ କରି ସୂଚନା ପ୍ରଦାନ କରିଥିଲା କି କାବୁଲ ଛାଡି ଚାଲିଯିବା ପରେ ଅଶରଫ ଘନି ଏବେ ୟୁଏଇର ଆବୁଧାବିରେ ଅଛନ୍ତି । ପ୍ରଥମେ ସେ ପଡୋଶୀ ଦେଶ ତାଜିକିସ୍ତାନ ଯାଇଥିଲେ ସୁଦ୍ଧା ସେଠାରେ ତାଙ୍କ ବିମାନକୁ ଅବତରଣ ଅନୁମତି ମିଳି ନ ଥିଲା । ପରେ ସେ ଆବୁଧାବି ଯାଇ ସେଠାରେ ସେ ସେଟେଲ୍ ହୋଇଯାଇଛନ୍ତି ବୋଲି ଶୁଣିବାକୁ ମିଳୁଛି । ତେବେ ଅଶରଫ ଘନି ଦେଶଛାଡି ଯିବା ସମୟରେ ହେଲିକ୍ପଟରରେ ବିପୁଳ ପରିମାଣର ଅର୍ଥ ନେଇ ଯାଇଥିବା କୁହାଯାଉଛି ।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..