ରିପୋର୍ଟ କାର୍ଡ / ଭୁବନେଶ୍ୱର
ନକଲି ଔଷଧ ବିକ୍ରି ଘଟଣାରରେ ୩ ଗିରଫ ହୋଇଛନ୍ତି । କରୋନା ବିତ୍ପତ୍ତି ସମୟରେ ନକଲି ଔଷଧ ବିକ୍ରି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଏସ ଟିଏଫ । ଏ ନେଇ ଆଜି କ୍ରାଇମବ୍ରାଞ୍ଚ ଏଡିଜି ଯଶୋବନ୍ତ ଜେଠଓ୍ୱାଙ୍କ ସୂଚନା ଦେଇଛନ୍ତି। ଜେଠଓ୍ୱା ସୂଚନା ଦେଇ କହିଛନ୍ତି, ମେଡିଲୟଡ ମେଡିକାମେଣ୍ଟ ସଂସ୍ଥା ନାମକ ଏକ କମ୍ପାନୀ ହିମାଚଳର ଏକ ନକଲି କଂପାନୀରୁ ଫାଭିପିରାଭିର ମେଡିସିନ କିଣି ବିକ୍ରି କରିବା ପାଇଁ ଯୋଜନା କରୁଥିଲା। ହେଲେ ଏହି ଔଷଧ ନକଲି ଥିବା ଜଣାପଡ଼ିଥିଲା। ମେଡିଲୟଡ କମ୍ପାନୀ ୧୦ଟି ଟାବଲେଟକୁ ୬୫ ଟଙ୍କାରେ କିଣି ୧୨୯୦ରେ ବିକ୍ରି କରୁଥିଲା । ଏହା ଜଣା ପଡ଼ିବା ପରେ ଔଷଧ ବିତରଣ କଂପାନୀର ଅନ୍ୟତମ ନିର୍ଦ୍ଦେଶକ ସମେତ ୩ ଗିରଫ ହୋଇଛନ୍ତି। ଏହି ଘଟଣାରେ ୩ ଜଣଙ୍କ ଗିରଫ କରାଯାଇଥିଲେ ବି କଂପାନୀ ମୁଖ୍ୟ ଶିବ ଜେନା ଏବେ ମଧ୍ୟ ଫେରାର ଅଛନ୍ତି । ୩ ଗିରଫଙ୍କ ମଧ୍ୟରେ ଶିବ ଜେନାଙ୍କ ପତ୍ନୀ ଥିବା ସୂଚନା ମିଳିଛି।
Discussion about this post