ରିପୋର୍ଟ କାର୍ଡ / ଭୁବନେଶ୍ୱର
ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇଲା ବନ୍ଦେ ଉତ୍କଳ ଜନନୀ । ନବମ ଓ ଦଶମ ଶ୍ରେଣୀରେ ପ୍ରଥମ ଭାଷା ଓଡ଼ିଆ ବିଷୟରେ ବନ୍ଦେ ଉତ୍କଳ ଜନନୀକୁ ସ୍ଥାନ ମିଳିଛି । ଏ ନେଇ ବୁଧବାର ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ହୋଇଥିବା ଏହି ଗୀତକୁ ଓଡ଼ିଶାର ରାଜ୍ୟ ସଂଗୀତ ଭାବେ ମାନ୍ୟତା ମିଳିଛି । ୧୯୧୨ ମସିହାରେ ବାଲେଶ୍ୱରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ଅଧିବେଶନରେ ପ୍ରଥମ ଥର ପାଇଁ ଗାନ କରାଯାଇଥିଲା । ସ୍ୱତନ୍ତ୍ର ଓଡ଼ିଶା ଗଠନ ପରେ ଏହି ଗୀତଟି ରାଜ୍ୟଗାନ ଭାବେ ଆଦୃତି ଲାଭ କରିଥିଲା । ୧୯୯୪ରେ ବିଧାନସଭାରେ ଛିଡ଼ାହୋଇ ସମସ୍ତ ସଦସ୍ୟ ଏହାକୁ ଜାତୀୟ ସଙ୍ଗୀତ ପରି ସମ୍ମାନର ସହିତ ଗାନ କରିଥିଲେ । ସେବେଠାରୁ ବିଧାନସଭାରେ ଏହି ପରମ୍ପରା ଚାଲି ଆସୁଛି ।
More Stories
ଦୁର୍ଗାପୂଜାରେ ଲେଜର ଲାଇଟ ଓ ଫାୟାର ଗନ ମନା….
ନିର୍ମାଣ ହେବ ୧୧ ଏମଏସଏମଇ ପାର୍କ…..
ପୁରୀରୁ ନବୀନଙ୍କୁ ଟାର୍ଗେଟ,ସଂକଳ୍ପପତ୍ର ଆମପାଇଁ ଧର୍ମଗ୍ରନ୍ଥ…..