ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୂତି ଚାନ୍ଦଙ୍କ ବିରୋଧରେ ଅପମାନଜନକ ଖବର ପ୍ରସାରଣ କରିଥିବା ଅଭିଯୋଗରେ ଗତକାଲି ୱେବ ଚ୍ୟାନେଲର ସଂପାଦକ ସୁଧାଂଶୁ ରାଉତ ଓ ଆଜି ରିପୋର୍ଟର ସ୍ମୃତିରଂଜନ ବେହେରାଙ୍କୁ ଗିରଫ କରିଛି ଭୁବନେଶ୍ୱର ମହିଳା ଥାନା ପୋଲିସ । ଶନିବାର ଦିନ ଦୂତିଙ୍କ ସିଭିଲ ସୁଟ ଉପରେ ଶୁଣାଣି କରିଛନ୍ତି କୋର୍ଟ । କହିଛନ୍ତି କି ବିନା ତଥ୍ୟରେ ଫେସବୁକ କିମ୍ବା ଅନ୍ୟ କୌଣସି ସୋସିଆଲ ମିଡିଆ ସାଇଟରେ କୌଣସି କଟୁ ମନ୍ତବ୍ୟ ଦେଇ ପାରିବେ ନାହିଁ । ଫୋକସ ପ୍ଲସ ଓ୍ବେବ ପେଜ ଏଡିଟର ସୁଧାଂଶୁ ରାଉତଙ୍କ ସହ ପ୍ରଦୀପ ପ୍ରଧାନଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସିଭିଲ କୋର୍ଟ ଭୁବନେଶ୍ୱର ସିନିୟର୍ ଡିଭିଜନ । ଦୂତି ଚାନ୍ଦଙ୍କ ନାମରେ ସେୟାର ହୋଇଥିବା ଭିତ୍ତିହୀନ ପୋଷ୍ଟ ସହ ୟୁଆରଏଲ(URL) ବ୍ଲକ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସିଭିଲ କୋର୍ଟ । ଦୂତୀ ଚାନ୍ଦଙ୍କ ବିରୋଧରେ ନକାରାତ୍ମକ ଖବର ପ୍ରସାରଣ କରୁଥିବା ନେଇ ଏହି ୱେବ ପୋର୍ଟାଲ ବିରୋଧରେ ଅଭିଯୋଗ ହୋଇଥିଲା । ଏହାକୁ ନେଇ ଖୋଦ ଦୂତୀ ଚାନ୍ଦ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ ।ଏହାସହ ମିଥ୍ୟା ଖବର ପ୍ରସାରଣ କରିଥିବା ଏହି ୱେବ ପୋର୍ଟାଲ ବିରୋଧରେ ୫ କୋଟି ଟଙ୍କାର ମାନହାନୀ ମାମଲା ରୁଜୁ କରିଥିଲେ ଦୂତୀ । ଏହାପରେ ଦୂତୀଙ୍କ ଅଭିଯୋଗ ଆଧାରରେ ଫୋକସ ପ୍ଲସ ଓଡିଶା ୱେବ୍ ପୋର୍ଟାଲରେ ପୋଲିସ ଚଢାଉ କରିଥିଲା । ଚ୍ୟାନେଲର ସମ୍ପାଦକ ସୁଧାଂଶୁ ରାଉତଙ୍କୁ ଗିରଫ କରିଥିଲା ପୋଲିସ ।






More Stories
ଚଳିତ ରଥଯାତ୍ରା ପାଇଁ ତତ୍ପରତା, ମଗାଗଲା ରିପୋର୍ଟ…..
ଅଶ୍ଳୀଳ ନାଚିଲେ ନିଶା,ବଦଳିଲେ ଉପଜିଲ୍ଲାପାଳ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..