ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ସକାଳୁ ଆମ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ଅଶୋକ କୁମାର ମିତ୍ତଲଙ୍କ ଘରେ ଚଢାଉ କରିଛି।କିଛିଦିନ ପୂର୍ବରୁ ଦଳ ରାଘବ ଚଢାଙ୍କୁ ରାଜ୍ୟସଭା ଉପନେତା ପଦରୁ ହଟାଇ ଶ୍ରୀ ମିତ୍ତଲଙ୍କୁ ନିଯୁକ୍ତ କରିଥିଲା। ଏହାର କିଛିଦିନ ପରେ ଅର୍ଥାତ ଆଜି ତାଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ଦଳ ରାଘବ ଚଢାଙ୍କୁ ଉପନେତା ପଦରୁ ହଟାଇବା ପାଇଁ ରାଜ୍ୟସଭା ସଚିବାଳୟକୁ ଚିଠି ଲେଖି ଅନୁରୋଧ କରିଥିଲା ଏବଂ ତାଙ୍କୁ ଦଳର କୋଟାରୁ ଆଉ ଭାଷଣ ସମୟ ପ୍ରଦାନ ନକରିବାକୁ ଅନୁରୋଧ କରିଥିଲା। ଶ୍ରୀ ମିତ୍ତଲ ଏହାକୁ ନେତୃତ୍ୱ ପରିବର୍ତ୍ତନର ନିରନ୍ତର ପ୍ରକ୍ରିୟା ବୋଲି କହିଥିଲେ। ସେ କହିଥିଲେ ଯେ, ପୂର୍ବରୁ ଏନଡି ଗୁପ୍ତା ଜୀ ଡେପୁଟି ଲିଡର ଥିଲେ। ପରେ ରାଘବ ଜୀ ଦାୟିତ୍ୱ ନେଇଥିଲେ ଏବଂ ଏବେ ମୋତେ ଦାୟିତ୍ୱ ଦିଆଯାଇଛି। କାଲି ଅନ୍ୟ କାହାକୁ ସୁଯୋଗ ମିଳିପାରେ ବୋଲି ସେ କହିଥିଲେ।






More Stories
ରାମମନ୍ଦିର ଦାନ ଅର୍ଥ ଆତ୍ମସାତ୍ ମାମଲା;ଚମ୍ପତ ରାୟ,ଅନିଲ ମିଶ୍ର ଦୋଷମୁକ୍ତ…..
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..
“ଆଜି,ଭାରତ ଏକ ସ୍ଥିର ସରକାର ସହିତ ବିଶ୍ୱ ସ୍ତରରେ ପ୍ରଗତି କରୁଛି……