Report Card Odisha

| Daily Odia News

ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସମ୍ରାଟ ଚୌଧୁରୀ। ରାଜ୍ୟପାଳ ସୟଦ ଅତା ହସ୍‌ନୈନ୍ ତାଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇଛନ୍ତି। ସମ୍ରାଟଙ୍କ ସହ ଜେଡୁୟୁର ଦୁଇ ନେତା ବିଜୟ ଚୌଧୁରୀ ଏବଂ ବିଜେନ୍ଦ୍ର ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସମ୍ରାଟ ଚୌଧୁରୀଙ୍କ ସମେତ କେବଳ ୩ ଜଣ ଆଜି ଶପଥ ଗ୍ରହଣ କରିଛନ୍ତି । ବାକି ମନ୍ତ୍ରୀମାନେ ପରେ ଶପଥ ଗ୍ରହଣ କରିବେ। ପାଟନା ଲୋକଭବନରେ ଅନୁଷ୍ଠିତ ହୋଇଥିବା ଶପଥଗ୍ରହଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଶିବରାଜ ସିଂହ ଚୌହାନ, ବିହାର ବିଜେପିର ବରିଷ୍ଠ ନେତା ଏବଂ ଏନଡିଏର ସମସ୍ତ ବରିଷ୍ଠ ନେତା ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଛନ୍ତି।

Breaking News