ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମଦ ନୀତି ଦୁର୍ନୀତି ସହିତ ଜଡ଼ିତ ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଆଜି ଚତୁର୍ଥ ଥର ପାଇଁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ସମନ୍ କରିଛି | ଜାନୁଆରି ୧୮ ତାରିଖ ଦିନ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କାର୍ଯ୍ୟାଳୟରେ ହାଜର ହେବା ଲାଗି ଏହି ନୋଟିସ୍ରେ ତାଙ୍କୁ କୁହାଯାଇଛି। ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଜାରି କରିଥିବା ସମନ୍ ବେଆଇନ୍ ଓ ତାଙ୍କୁ ଗିରଫ କରିବା ଲାଗି ଉଦ୍ଦିଷ୍ଟ କହି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ଜାନୁଆରି ୩ ତାରିଖ ସମନ୍କୁ ଏଡ଼ାଇ ଯାଇଥିଲେ। ଏହା ପୂର୍ବରୁ ନଭେମ୍ବର ୨ ଓ ଡିସେମ୍ବର ୨୧ ତାରିଖରେ ହାଜର ହେବାକୁ ଜାରି କରାଯାଇଥିବା ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଦୁଇଟି ସମନ୍ ମଧ୍ୟ ସେ ଏଡ଼ାଇ ଦେଇଥିଲେ। ସେତେବେଳେ ସେ ୧୦ଦିନିଆ ବିପାସନା ଯୋଗ ଶିବିରକୁ ଯାଇଥିଲେ। ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଅରବିନ୍ଦ କେଜ୍ରିୱାଲ୍ କହିଥିଲେ, ଆଇନସଙ୍ଗତ ସମନ୍ ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ ଅଛି। କିନ୍ତୁ, ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଜାରି କରିଥିବା ସମନ୍ ସବୁ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ସେଗୁଡ଼ିକୁ ପ୍ରତ୍ୟାହାର କରି ନିଆଯିବା କଥା। ମୁଁ ସାଧୁତାର ସହିତ ଉନ୍ମୁକ୍ତ ଜୀବନଯାପନ କରେ। କିଛି ଲୁଚାଛପା କରେ ନାହିଁ।






More Stories
ଆଣ୍ଠେଇ ମୁଣ୍ଡିଆ ମାରିଲେ ମୋଦୀ…..
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ…..
ରାଜା ସୁବ୍ରମଣି ହେଲେ ନୂଆ ସିଡିଏସ୍…..