Report Card Odisha

| Daily Odia News

ବିଶିଷ୍ଟ ଶିଳ୍ପୀ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ସାନପୁଅଙ୍କର ଦେହାନ୍ତ ପରେ ବଡ଼ପୁଅଙ୍କ ପରଲୋକ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଶିଷ୍ଟ ଶିଳ୍ପୀ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ବଡ଼ପୁଅ ଯଶୋବନ୍ତ ମହାପାତ୍ରଙ୍କର ପରଲୋକ ହୋଇଛି । ସେ କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱର ଘରୋଇ କୋଭିଡ଼ ମେଡିକାଲରେ ଆଜି ଶେଷ ନିସ୍ୱାଶ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୨ବର୍ଷ ବୟସ ହୋଇଥିଲା । ପ୍ରଥମେ ଭୁବନେଶ୍ୱର ଏମ୍ସ ରେ ଚିକିତ୍ସାଧୀନ ଥିବା ଯଶୋବନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହେବାରୁ ବୁଧବାର ଘରୋଇ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଖବର ଅନୁଯାୟୀ, ଚନାଥାଉ କି, ୧୨ ଦିନ ତଳେ ଅର୍ଥାତ୍ ମେ’ ୯ ତାରିଖ ଅପରାହ୍ଣ ୩ଟା ୪୯ ମିନିଟ୍‌ରେ ରଘୁନାଥ ମହାପାତ୍ର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଥିଲା। ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ର କୋଭିଡରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ପରଲୋକ ହୋଇଯାଇଥିଲା । ଏ ନେଇ ସୂଚନା ଦେ‍ଇ ଏମ୍ସ ସୁପରିଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି କହିଥିଲେ, ଚିକିତ୍ସା ପରେ ପ୍ରଶାନ୍ତଙ୍କର କୋଭିଡ ରିପୋର୍ଟ ନେଗେଟିଭ ହୋଇଥିଲା। ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିଲେ ମଧ୍ୟ ସେ ଚିକିତ୍ସାଧୀନ ଥିଲେ। ମାତ୍ର ଡାକ୍ତରଙ୍କ ସବୁ ଚେଷ୍ଟା ସତ୍ତ୍ୱେ ଆଖି ବୁଜିଥିଲେ ପ୍ରଶାନ୍ତ। ପ୍ରଶାନ୍ତଙ୍କ ବିୟୋଗରେ ଶୋକରେ ଭାଙ୍ଗି ପଡ଼ିଥିବାବେଳେ ଚିକିତ୍ସାଧୀନ ବଡ଼ ପୁଅ ଯଶୋବନ୍ତଙ୍କର ଆଜି ପରଲୋକ ହୋଇଯାଇଛି।

Breaking News