ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କୋଭିଡ୍ ପରିସ୍ଥିତି ଓ କଳାବଜାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ସତର୍କତା ଅବଲମ୍ବନ ନେଇ ଡିଜିପି ଶ୍ରୀ ଅଭୟ ସୂଚନା ଦେଇଛନ୍ତି। କହିଛନ୍ତି କି ଟିକାକରଣ ନାଁରେ ନକଲି ପଂଜୀକରଣ ପୋର୍ଟାଲରୁ ଦୂରେଇ ରୁହନ୍ତୁ । ଟିକାକରଣ ପାଇଁ ନାମ ପଂଜୀକରଣ କରିବାଲାଗି ୩ଟି ଅସଲି ପୋର୍ଟାଲ ରହିଛି । ସେଗୁଡ଼ିକ ହେଲା ଆରୋଗ୍ୟ, କୋୱିନ ଓ ଉମଙ୍ଗ ପୋର୍ଟାଲ । ଟିକାକରଣ ପାଇଁ ଏହି ୩ଟି ପୋର୍ଟାଲ ହିଁ ରହିଛି । କୋଭିଡ ସଚେତନା ମୂଳକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଡିଜି ଅଭୟ ଏହା କହିଛନ୍ତି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି, ଅନ୍ଲାଇନ୍ ମାଧ୍ୟମରେ ଔଷଧ କିଣୁଥିଲେ ସତର୍କ ରୁହନ୍ତୁ । ସେହିପରି ଇ-କମର୍ସ ସାଇଟ୍ରୁ ଜିନିଷ କିଣିବା ପୂର୍ବରୁ ସଜାଗ ରହିଲେ ଭଲ । କିଛି ଠକ ସଂସ୍ଥା ସୋସିଆଲ ମିଡିଆ ମାଧ୍ୟମରେ ଆକର୍ଷିତ କରି ଠକି ନେଉଛନ୍ତି । ସୋସିଆଲ ମିଡିଆରେ ପ୍ରାଇଭେସିକୁ ଭଲ ଭାବରେ ରଖନ୍ତୁ । ତେଣୁ ସୋସିଆଲ ମିଡିଆରେ ଅଧିକ ତଥ୍ୟ ଦିଅନ୍ତୁ ନାହିଁ । କୋଭିଡ ସର୍ଭେ ନାଁରେ ଠକେଇ ନେଇ ଅଭିଯୋଗ ଆସୁଛି । ଘରୁ ବାହାରିଲେ ନିଶ୍ଚିତ ଭାବେ ମାସ୍କ ପିନ୍ଧନ୍ତୁ । ସାମାଜିକ ଦୂରତା ରକ୍ଷା କରନ୍ତୁ । କେଉଁଠି ବି କୌଣସି ପରିସ୍ଥିତିରେ ଗହଳି କରୁ ନାହାନ୍ତି । କୋଭିଡ କଟକଣା ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୋଧରେ ଏନଫୋର୍ସମେଣ୍ଟ ଟିମ କାର୍ଯ୍ୟାନୁଷ୍ଠାନ କରୁଛନ୍ତି । କୋଭିଡ ନିୟମ ଭାଙ୍ଗିଥିବା ୧୬ ହଜାର ୬୮୨ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେମାନଙ୍କର ଠାରୁ ୯କୋଟି ୮ ଲକ୍ଷ ୩୫ ହଜାର ୮୨୩ ଟଙ୍କା ଜରିମାନା ଆଦାୟ କରାଯାଇଛି । କଳାବଜାରୀ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଯଦି ଆପଣଙ୍କର ଅଂଚଳରେ କଳାବଜାରୀ ହେଉଛି, ନିକଟସ୍ଥ ଥାନାକୁ ସୂଚନା ଦେଇପାରିବେ । କୋଭିଡ ସମୟରେ ସାଇବର କ୍ରାଇମ ବଢ଼ିବାର ଅଛି । ତେଣୁ ଏଥି ପ୍ରତି ଲୋକେ ସତର୍କ ହେବା ଦରକାର ।
More Stories
କନଷ୍ଟେବଲଙ୍କ ଉପରେ ମାଡ଼ିଗଲା ବସ୍….
ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କଲେ ମୁଖ୍ୟମନ୍ତ୍ରୀ…..
୨୪ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି …..