Report Card Odisha

| Daily Odia News

୭୨ ଘଣ୍ଟା ମଧ୍ୟରେ ପେଟ୍ରୋଲ ପମ୍ପ୍‌ରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ହୋର୍ଡିଂ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୦୫ /୦୩ / ୨୦୨୧

ପେଟ୍ରୋଲ ପମ୍ପ୍‌ରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ହୋର୍ଡିଂ ହଟାଇବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ମାସ ୨୭ ତାରିଖରୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ରାଜନୈତିକ ଦଳଗୁଡ଼ିକର ପ୍ରଚାର ଅଭିଯାନ ଜୋରଦାର ଚାଲିଛି । ତେବେ ଏହା ପୂର୍ବରୁ ବିଜେପିକୁ ୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ୍‌ରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ହୋର୍ଡିଂ ହଟାଇବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଦେଇଛନ୍ତି । ୭୨ ଘଣ୍ଟା ମଧ୍ୟରେ ସବୁ ହୋର୍ଡିଙ୍ଗ୍‌କୁ ହଟାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଫଟୋ ଥିବା ହୋର୍ଡିଙ୍ଗ୍‌ ଦ୍ୱାରା ଆଦର୍ଶ ଆଚାର ସଂହିତା ଉଲ୍ଲଂଘନ ହେଉଛି ବୋଲି ନିର୍ବାଚନ କମିଶନ କହିଛନ୍ତି ।ନିର୍ବାଚନ କମିଶନ ଫେବ୍ରୁଆରୀ ୨୬ରେ ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରିରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ । ଏହାପରେ ଏହିସବୁ ରାଜ୍ୟରେ ନିର୍ବାଚନ ଆଚରଣ ସଂହିତା ଲାଗୁ ହୋଇଯାଇଛି । ସେପଟେ କରୋନା ଟିକା ଦିଆଯିବା ପରେ ମିଳିବାକୁ ଥିବା ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବାରୁ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ଏହାକୁ ବିରୋଧ କରାଯାଇଛି ।

Breaking News