ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ-ୟୁକ୍ରେନ ମଧ୍ୟରେ ଯୋଦ୍ଧ ତୀବ୍ରତର ହେବାରେ ଲାଗିଛି | ସାରା ବିଶ୍ୱ ବାସୀଙ୍କ ନଜର ଏହି ଯୋଦ୍ଧ ଉପରେ ରହିଛି | ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷିଆର ଗୁରୁତ୍ବପୂର୍ଣ୍ଣ ବ୍ୟାଙ୍କଗୁଡ଼ିକୁ ଗ୍ଲୋବାଲ ପେମେଣ୍ଟ ବ୍ୟବସ୍ଥାରୁ ଦୂରେଇବା ସମେତ କେତେକ ନୂଆ କଟକଣା ଲାଗୁ ହୋଇଛି | ରୁଷ୍ ସେନା ୟୁକ୍ରେନ୍ର ତେଲ ଓ ଗ୍ୟାସ୍ ଫାସିଲିଟିଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ଭୟଙ୍କର ବିସ୍ଫରଣ ନେଇ ରବିବାର ୟୁକ୍ରେନ୍ର ଅଧିକାରୀମାନେ ପ୍ରକାଶ କରିଛନ୍ତି। ରୁଷ୍ ସେନା ରାଜଧାନୀ କିବ୍ ସମେତ ସମସ୍ତ ପ୍ରମୁଖ ସହରକୁ କବ୍ଜା କରିବା ପାଇଁ ଲଢ଼େଇ ଜୋର୍ଦାର କରିଛି | ୟୁକ୍ରେନ୍ ସେନା ମଧ୍ୟ ପାଲଟା ଜବାବ ଦେଉଛି | ସବୁ ଶକ୍ତି ଖଟାଇ ପ୍ରତିରୋଧ କରୁଛନ୍ତି ବୋଲି ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କି କହିଛନ୍ତି। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଏକ ୟୁରୋପୀୟ ଦେଶ ଉପରେ ଏହା ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ରୁଷ୍ ସେନା ଆମ୍ବୁଲାନ୍ସଠାରୁ ଆରମ୍ଭ କରି ସାଧାରଣ ଲୋକ ବାସ କରୁଥିବା ବହୁତଳ ଆପାର୍ଟମେଣ୍ଟ ଓ ସବୁକିଛି ଉପରେ ଆକ୍ରମଣ କରୁଛି। ଯୁଦ୍ଧ ଚତୁର୍ଥଦିନରେ ପହଞ୍ଚିଥିବା ବେଳେ ରାତିସାରା ରୁଷ୍ ସେନା କ୍ଷେପଣାସ୍ତ୍ର ମାଡ଼ ଜାରି ରଖିଛନ୍ତି। ରୁଷ୍ର ଗୋଟିଏ କ୍ଷେପଣାସ୍ତ୍ର ମାଡ଼ରେ କିବ୍ର ଦକ୍ଷିଣ-ପଶ୍ଚିମସ୍ଥ ବାସିଲକିବ୍ଠାରେ ଥିବା ତୈଳ ଟର୍ମିନାଲରେ ନିଆଁ ଲାଗି ବିସ୍ଫୋରଣ ସୃଷ୍ଟି ହୋଇଛି। ଫଳରେ ନଭଶ୍ଚୁମ୍ବୀ ଅଗ୍ନିଶିଖା ଓ ଧୂମକୁଣ୍ଡଳୀ ଆକାଶକୁ ଛାଇଯାଇଥିଲା। ୟୁକ୍ରେନ୍ର ଉତ୍ତର-ପୂର୍ବସ୍ଥ ଦ୍ବିତୀୟ ସହର ଖାରକିବ୍ଠାରେ ଭୟଙ୍କର ଲଢ଼େଇ ଚାଲିଛି। ସେଠାରେ ରୁଷ୍ ସୈନ୍ୟମାନେ ପ୍ରାକୃତିକ ଗ୍ୟାସ୍ ପାଇପଲାଇନକୁ ଉଡ଼େଇ ଦେଇଛନ୍ତି। ତେବେ ଆଜି ସନ୍ଧ୍ୟାରେ ଉକ୍ତ ସହରକୁ ରୁଷ୍ ନିୟନ୍ତ୍ରଣରୁ ମୁକ୍ତ କରାଯାଇଛି ଏବଂ ଏଠାରେ ୟୁକ୍ରେନ୍ ସେନା ପୁଣି ନିୟନ୍ତ୍ରଣ ହାତକୁ ନେଇଛି ବୋଲି ଦାବି କରାଯାଇଛି।
More Stories
ଅଲଗା ହେଲେ ୟୁଜବେନ୍ଦ୍ର ଓ ଧନଶ୍ରୀ….
ବସ୍ ଜଳି ୪ଜଣଙ୍କ ମୃତ୍ୟୁ,ଡ୍ରାଇଭର ରଚିଥିଲା ଷଡ଼ଯନ୍ତ୍ର….
ଟି-ଶର୍ଟ ଖୋଲିକି ଆସିଲେ ସଂସଦ ଚାଲିବ:ଓମ ବିର୍ଲା…..