Report Card Odisha

| Daily Odia News

ଥରେ କି ଦିଥର ନୁହେଁ ୮ ଥର ବିବାହ କରିଥିଲେ ଏହି ହଟ ଅଭିନେତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଏଲିଜାବେଥ ଟେଲର ଥିଲେ ହଲିଉଡର ଜଣେ ଚର୍ଚ୍ଚିତ ହଲିଉଡ଼ ଅଭିନେତ୍ରୀ । ୫୦ରୁ ଅଧିକ ହଲିଉଡ‌ ଫିଲ୍ମରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଦୁଇ ଥର ଅସ୍କାର ପୁରସ୍କାର ମଧ୍ୟ ପାଇଥିଲେ। ୨୦୧୧ ମସିହାରୁ ତାଙ୍କର ନିଧନ ହୋଇସାରିଛି। ତେବେ ଏବେ ବି ସାରା ବିଶ୍ୱରେ ତାଙ୍କର ଫ୍ୟାନ‌୍‍ ଅଛନ୍ତି। ନିଜ ଅଭିନୟ ପାଇଁ ସେ ଯେତିକି ଚର୍ଚ୍ଚିତ ଥିଲେ ତା’ଠାରୁ ଅଧିକ ଚର୍ଚ୍ଚିତ ଥିଲେ ତାଙ୍କ ବାହାଘରକୁ ନେଇ। ତାଙ୍କ ଫିଲ୍ମ କ୍ୟାରିୟର ବହୁତ ଭଲ ଥିଲା। କିନ୍ତୁ ତାଙ୍କ ବୈବାହିକ ଜୀବନ ଏହାର ପୂରା ଓଲଟା ଥିଲା। ସେ ଥରେ କି ଦିଥର ନୁହେଁ ମୋଟ ୮ ଥର ବିବାହ କରିଥିଲେ। ତା’ମଧ୍ୟରେ ଜଣେ ବ୍ୟକ୍ତିଙ୍କୁ ସେ ଦୁଇ ଥର ବିବାହ କରିଥିଲେ | ଏଲିଜାବେଥ ପ୍ରଥମ ବାହାଘର ହୋଇଥିଲା କୋନରାଡ‌୍‍ ନିକି ହିଲ୍ଟନଙ୍କ ସହିତ।

୧୯୫୦ରେ ଏହି ବିବାହ ହୋଇଥିଲା। କିନ୍ତୁ ଏହି ବିବାହ ଅଧିକ ଦିନ ତିଷ୍ଠି ପାରି ନଥିଲା। ଦୁହିଁଙ୍କ ମଧ୍ୟରେ ବିବାଦ ହୋଇଥିଲା ଓ ୧୯୫୧ରେ ସେମାନେ ଅଲଗା ହୋଇଯାଇଥିଲେ। ଏଲିଜାବେଥଙ୍କ ଦ୍ୱିତୀୟ ବିବାହ ବେଶ‌୍‍ ଚର୍ଚ୍ଚାରେ ରହିଥିଲା। ତାଙ୍କ ଦ୍ୱିତୀୟ ସ୍ୱାମୀଙ୍କ ନାମ ଥିଳା ମାଇକେଲ ୱାଇଲ୍ଡିଙ୍ଗ। ଏଲିଜାବେଥଙ୍କ ଠାରୁ ତାଙ୍କ ଦ୍ୱିତୀୟ ସ୍ୱାମୀ ୨୦ ବର୍ଷ ବଡ଼ ଥିଲେ। ଏ ବାହାଘର ୧୯୫୨ରେ ହୋଇଥିଲା ଓ ପ୍ରାୟ ୫ ବର୍ଷ ଧରି ତିଷ୍ଠି ଥିଲା। ପରେ ସେମାନଙ୍କ ମଧ୍ୟରେ ମତଭେଦ ହେଲା ଓ ୧୯୫୭ରେ ଏଲିଜାବେଥ ତାଙ୍କୁ ଛାଡ଼ି ଦେଇଥିଲେ। ଏହା ପରେ ଏକୁଟିଆ ଥିବା ଏଳିଜାବେଥଙ୍କ ଜୀବନକୁ ଆସିଲେ ମାଇକ ଟୋଡ‌୍‍‌। ଦେଖା-ସାକ୍ଷାତ ଓ ଡେଟିଂ ପରେ ମାଇକଙ୍କୁ ଏଲିଜାବେଥ ବିବାହ କରିଥିଲେ। ଏହା ଥିଲା ତାଙ୍କ ତୃତୀୟ ବିବାହ, ଯାହା ୧୯୫୭ରେ ହୋଇଥିଲା। କିନ୍ତୁ ୧୯୫୮ରେ ମାଇକଙ୍କ ପରଲୋକ ହୋଇଯାଇଥିଲା। ମାଇକଙ୍କ ମୃତ୍ୟୁ ପରେ ଏଡି ଫିସରଙ୍କ ନିକଟତର ହୋଇଥିଲେ ଏଲିଜାବେଥ ଟେଲର। ଫିସର ବିବାହିତ ଥିଲେ। ତଥାପି ସେ ଏଲିଜାବେଥଙ୍କ ପ୍ରେମରେ ପଡ଼ିଥିଲେ ଓ ଦୁହିଁଙ୍କ ବିବାହ ହୋଇଥିଲା।

ଏଲିଜାବେଥଙ୍କ ଚତୁର୍ଥ ବିବାହ ୧୯୫୯ରେ ହୋଇଥିଲା ଓ ପ୍ରାୟ ୫ ବର୍ଷ ତିଷ୍ଠି ଥିଲା। ୧୯୬୪ରେ ସେ ସ୍ୱାମୀଙ୍କ ଠାରୁ ଅଲଗା ହୋଇଯାଇଥିଲେ। ଫିସରଙ୍କ ଠାରୁ ଅଲଗା ହେବା ପରେ ଏଲିଜାବେଥଙ୍କ ସଂପର୍କ ଗଢ଼ି ଉଠିଥିଲା ରିଚାର୍ଡ ବର୍ଟନଙ୍କ ସହିତ। ରିଚାର୍ଡ ଜଣେ ଅଭିନେତା ଥିଲେ। ସେ ବି ଏଲିଜାବେଥଙ୍କୁ ଭଲ ପାଉଥିଲେ। ଏଲିଜାବେଥ ତାଙ୍କୁ ବାହା ହୋଇଥିଲେ। ୧୯୬୪ରୁ ୧୯୭୪ ପର୍ଯ୍ୟନ୍ତ ରିଚାର୍ଡଙ୍କ ସହିତ ରହିବା ପରେ ଅଲଗା ହୋଇଯାଇଥିଲେ ଏଲିଜାବେଥ। ତେବେ ୧୯୭୫ରେ ପୁଣି ଦୁହେଁ ବିବାହ କରିଥିଲେ। ଏହା ପରେ ୧୯୭୬ରେ ସେମାନେ ଅଲଗା ହୋଇଯାଇଥିଲେ। ଅଥାର୍ତ‌୍‍ ଏଲିଜାବେଥଙ୍କ ପଞ୍ଚମ ଓ ଷଷ୍ଠ ବିବାହ ରିଚାର୍ଡଙ୍କ ସହିତ ହୋଇଥିଲା। ରିଚାର୍ଡଙ୍କ ପରେ ଏଲିଜାବେଥଙ୍କ ଜୀବନକୁ ଆସିଥିଲେ ଜନ ୱାର୍ଣ୍ଣର। ୧୯୭୬ରେ ସେ ଜନଙ୍କୁ ବିବାହ କରିଥିଲେ ଓ ଏହା ଥିଲା ତାଙ୍କର ସପ୍ତମ ବିବାହ। ୧୯୮୨ରେ ଏ ବାହାଘର ଭାଙ୍ଗି ଯାଇଥିଲା। ଏହା ପରେ ଏଲିଜାବେଥ ପଡ଼ିଥିଲେ ଲାରୀ ଫୋଟେନସ୍କିଙ୍କ ପ୍ରେମରେ। ୧୯୯୧ରେ ତାଙ୍କୁ ବିବାହ କରଥିଲେ ଏଲିଜାବେଥ ଟେଲର। ଏହା ଥିଲା ତାଙ୍କର ଅଷ୍ଟମ ବିବାହ। ୧୯୯୬ ପର୍ଯ୍ୟନ୍ତ ଏହି ବିବାହ ତିଷ୍ଠି ପାରିଥିଲା।

 

Breaking News