ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ଖାଇବର ପାଖତୁନ୍ଖ୍ବା ପ୍ରଦେଶ ଅନ୍ତର୍ଗତ ଲାକ୍କି ମାରୱାତ୍ ଜିଲାରେ ମଙ୍ଗଳବାର ଏକ ବୋମା ବିସ୍ଫୋରଣ ଘଟଣାରେ ୯ ଜଣ ପ୍ରାଣ ହରାଇଛନ୍ତି। ୩୫ରୁ ଅଧିକ ଲୋକ ଆହତ ହୋଇଥିବାବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ ଟ୍ରାଫିକ କନଷ୍ଟେବଳ ଓ ତିନିଜଣ ମହିଳା ସାମିଲ ଅଛନ୍ତିି। ଜନଗହଳିପୂର୍ଣ୍ଣ ମାର୍କେଟରେ ଏକ ରିକ୍କ୍ସାରେ ରଖାଯାଇଥିବା ବୋମାକୁ ରିମୋଟ କଣ୍ଟ୍ରୋଲ ସାହାଯ୍ୟରେ ବିସ୍ଫୋରଣ କରାଯାଇଛି ବୋଲି ସ୍ଥାନୀୟ ପୁଲିସ ମୁଖ୍ୟ ଅଜମତ୍ଉଲ୍ଲା କହିଛନ୍ତି। କୌଣସି ଆତଙ୍କବାଦୀ ସଂଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ତେବେ ଏହା ପଛରେ ଟିଟିପି (ତେହେରିକ୍-ଇ-ତାଲିବାନ ପାକିସ୍ତାନ) ସଂଗଠନର ହାତ ରହିଛି ବୋଲି ପାକିସ୍ତାନ ସରକାର ଆଶଙ୍କା ପ୍ରକାଶ କରୁଛନ୍ତି।






More Stories
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..
ମୋଦୀଙ୍କୁ ସେସଲ୍ସର ସ୍ୱତନ୍ତ୍ର ରାଷ୍ଟ୍ରପତି ସମ୍ମାନ…..