ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ବାରାମତୀରେ ଏକ ବଡ଼ ବିମାନ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ତାଲିମ ପାଇଁ ବ୍ୟବହୃତ ବିମାନଟି ବାରାମତୀର ଗୋଜୁବାବି ଗାଁରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଜିତ ପାୱାରଙ୍କ ବିମାନ ମଧ୍ୟ ପୂର୍ବରୁ ସେଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଡ଼ାଣ ସମୟରେ ବିମାନର ଇଞ୍ଜିନ ଖରାପ ହୋଇଯାଇଥିବା ଜଣାପଡ଼ିଛି। ପାଇଲଟ ବିଚକ୍ଷଣତା ପ୍ରଦର୍ଶନ କରି ବିମାନକୁ ସୁରକ୍ଷିତ ଭାବରେ ଅବତରଣ କରିବାକୁ ଚେଷ୍ଟା କରିଥିଲେ। ଯାହା ଫଳରେ ବାରାମତୀର ଗୋଜୁବାବି ଅଞ୍ଚଳରେ ବିମାନଟିକୁ ଅବତରଣ କରାଯାଇଥିଲା। ଦୁର୍ଘଟଣାରେ କୌଣସି ବଡ଼ କ୍ଷତି କିମ୍ବା ମୃତାହତ ହେବାର ସୂଚନା ମିଳିନାହିଁ।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..