Report Card Odisha

| Daily Odia News

ଧାନ ନକିଣିବାରୁ ମଣ୍ଡିରେ ବିଷ ପିଇଲେ ଚାଷୀ

ଭଦ୍ରକ : ପଞ୍ଜିକରଣ କରିଥିଲେ ସୁଦ୍ଧା ଧାନ ନେଉନଥିଲେ ।ବାରମ୍ବାର ଗୁହାରୀ  କଲେ ମଧ୍ୟ କେହି ଶୂୁଣୁନଥିଲେ । ଶେଷରେ ମଣ୍ଡିରେ ବିଷ ପିଇଦେଲେ ଚାଷୀ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ଧଗାଁ ପଂଚାୟତରେ । ଉକ୍‌ତ ଚାଷୀ ଜଣକ ହେଲେ ରାମକୃଷ୍ଣ ପଣ୍ଡା । ସେ ବାତ୍ୟା , ବନ୍ୟା ଓ ମରୁଡି ସତ୍ୱେ ୨୦୦ କ୍ୱିଂଟାଲରୁ ଅଧିକ ଧାନ ବେଉଷଣ କରିଥିଲେ । ସେହି ଧାନକୁ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଥିଲେ । କାତ୍ର ବାବା ରାମେଶ୍ୱର ସ୍ୱୟଂସହାୟକ ଗୋଷ୍ଠୀ ଧାନ କିଣୁନଥିଲେ । ଯାହାଫଳରେ ତାଙ୍କର ପ୍ରଥମ ଟୋକନ୍‌ଟି ରଦ୍ଦ ହୋଇଯାଇଥିଲା । ପରବର୍ତୀ ଟୋକନର ସମୟ ସୀମା ସରି ସରି ଆସୁଛି । ଯାହାକୁ ନେଇ ଚିନ୍ତାରେ ଥିଲେ ରାମକୃଷ୍ଣ । ଆଜି ଶ୍ରୀ ପଣ୍ଡା ମଣ୍ଡିକୁ ଯାଇ ଧାନ କିଣିବାକୁ ଅନୁରୋଧ କରିଥିଲେ । ମାତ୍ର କେହି ଣୁଣିନଥିଲେ । ପ୍ରଶାସନଠାରୁ ନିରାଶ ହୋଇ ରାମକୃଷ୍ଣ ପଣ୍ଡା ସମସ୍ତଙ୍କ ସମ୍ମୁଖରେ ମଣ୍ଡିରେ ବିଷ ପିଇ ଦେଇଥିଲେ । ମଣ୍ଡିରେ ଉପସ୍ଥିତ ଥିବା ଅନ୍ୟ ଚାଷୀମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଳଚିକିତ୍ସାଳୟରେ ଭର୍ତି କରିଥିଲେ । ତେବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।ଭଦ୍ରକ ଉପଜିଲ୍ଲାପାଳ ପୀତାମ୍ବର ସାମଲ ମେଡିକାଲରେ ପହଂଚି ଚାଷୀ ରାମକୃଷ୍ଣଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ତେବେ ପଞ୍ଜିକରଣ ପରେ ଟୋକନ ମିଳୁଛି । ହେଲେ ଧାନ ନେଉ ନାହିଁ ସେବା ସମବାୟ ସମିତି ତା ସହ କଟନି ଛଟନି ସମସ୍ୟାକୁ ନେଇ ଚାଷୀମାନେ ଭଦ୍ରକ- ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥ ଉପରେ ଧାନ ବସ୍ତା ରଖି ରାସ୍ତା ରୋକ କରିଥିଲେ । ବସନ୍ତିଆ ସେବା ସମବାୟ ସମିତିରେ ଧାନ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଥିଲେ ଚାଷୀ । ତେବେ ଚାଷୀଙ୍କ କହିବା କଥା ଯେ ଟୋକନ ମିଳିଥିଲେ ମଧ୍ୟ ଧାନ କିଣାରେ ବିଳମ୍ବ ହେଉଛି । ଯାହାଫଳରେ ଟୋକନ୍ ବାତିଲ ହେଉଛି । ଦଲାଲକୁ ପ୍ରଶ୍ରୟ ଦେବା ପାଇଁ ସମବାୟ ସମିତି ଏମିତି କରୁଥିବା ଅଭିଯୋଗ କରିଛନ୍ତି ଚାଷୀ ।

Breaking News