ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାମାରୀ ବ୍ଲାକ୍ ଫଙ୍ଗସରୁ ଅପ୍ଟିକ୍ ନ୍ୟୁରାଇଟିସ୍ର ପ୍ରଥମ ରୋଗୀ କାନପୁର ସହରରୁ ଚିହ୍ନଟ ହୋଇଛନ୍ତି। ଏ ନେଇ ହାଲେଟ୍ ହସ୍ପିଟାଲ ପକ୍ଷରୁ ରିପୋର୍ଟ କରାଯାଇଛି। ଏହି ଅପ୍ଟିକ୍ ନ୍ୟୁରାଇଟିସ୍ କାରଣରୁ ରୋଗୀଙ୍କ ଆଖିର ସ୍ନାୟୁକୁ କ୍ଷତି ପହଞ୍ଚାଇଥାଏ। ଯାହା ଫଳରେ ରୋଗୀର ଆଖି ନଷ୍ଟ ହୋଇଯାଏ। ଅପ୍ଟିକ୍ ନ୍ୟୁରାଇଟିସ୍ ବ୍ଲାକ୍ ଫଙ୍ଗସର ଏକ ନୂଆ ରୂପ। ଦାବି ହେଉଛି ଏହା କେବଳ ଦେଶରେ ନୁହେଁ ବରଂ ଦୁନିଆରେ ପ୍ରଥମ ମାମଲା । ଡାକ୍ତରମାନେ ମଧ୍ୟ ଉକ୍ତ ରୋଗୀଙ୍କ ଉପରେ ଗବେଷଣା ଆରମ୍ଭ କରିଛନ୍ତି। ଅପ୍ଟିକ୍ ନ୍ୟୁରାଇଟିସରେ ପୀଡିତ ୩୦ ବର୍ଷୀୟ ଆଶିଷଙ୍କୁ ୧୫ ଦିନ ପୂର୍ବରୁ ଭର୍ତ୍ତି କରାଯାଇଥିଲା। ସେ ବ୍ଲାକ୍ ଫଙ୍ଗସରେ ପୀଡିତ ଥିଲେ ବୋଲି ସୂଚନା ମିଳିଛି ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..