Report Card Odisha

| Daily Odia News

ଡିଏଭି କଳିଙ୍ଗ ନଗରରେ ବିଶ୍ୱ ସାଇକେଲ ଦିବସ ପାଳିତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଡିଏଭି କଳିଙ୍ଗ ନଗରରେ ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ କୁମାର ସାହୁ ଅଧ୍ୟକ୍ଷତା କରି ପରିବହନର ଉତ୍ତମ ସାଧନ ସାଇକେଲ ଚାଳନା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ପରିବେଶ ପ୍ରଦୂଷଣମୁକ୍ତ ରହିଥାଏ ବୋଲି ତାଙ୍କ ଅଭିଭାଷଣରେ ବ୍ୟକ୍ତ କରିଥିଲେ । ଏହି ଦିବସର ଆଭିମୁଖ୍ୟ ତଥା ସାଇକେଲ ଚାଳନାର ଉପଯୋଗିତାକୁ ଉପଲବ୍ଧି କରି ସାଇକେଲ ଚାଳନାରେ ମନୋନିବେଶ କରିବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ ।

ବିଦ୍ୟାଳୟ ପରିସରରୁ ଏକ ସାଇକେଲ ରାଲି ବାହାରି ସମ୍ ହସ୍‌ପିଟାଲ ଛକ ପରିକ୍ରମା କରି ପୁନଃ ସ୍କୁଲ ପରିସରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଶାରୀରିକ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଏ. ରବିଶଙ୍କର ଓ ଡକ୍ଟର ପ୍ରକାଶ ପାଣିଗ୍ରାହୀ ପରିଚାଳନା କରିଥିବାବେଳେ ସ୍କୁଲର ପର୍ଯ୍ୟବେକ୍ଷକପର୍ଯ୍ୟବେକ୍ଷିକା ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Breaking News