ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କୁ ହତ୍ୟା ଧମକ ଦେଇଛନ୍ତି ଜଣେ ନର୍ସ। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ସେହି ନର୍ସଙ୍କୁ ଗିରଫ କରିଛି। ଆମେରିକୀୟ ଗୁଇନ୍ଦା ସଂସ୍ଥା ସୂଚନା ଅନୁସାରେ, ନର୍ସଙ୍କ ନାମ ହେଉଛି ନିଭିୟାନେ ପେଟିସ ଫେଲେପ୍ସ। ତାଙ୍କ ବୟସ ୩୯ ବର୍ଷ। ଫେଲେପ୍ସ ଧମକପୂର୍ଣ୍ଣ ଶବ୍ଦରେ କମଲାଙ୍କ ଉଦ୍ଦେଶ୍ୟରେ କହିଥିଲେ, ‘ମୁଁ ବନ୍ଧୁକରେ ତୁମକୁ ମାରିବାକୁ ଯାଉଛି, ତୁମେ ମରିବାକୁ ଯାଉଛ।’ ସେ ଏହାର ଏକ ଭିଡିଓ କରି ଜେଲରେ ରହୁଥିବା ତାଙ୍କ ସ୍ବାମୀଙ୍କ ନିକଟକୁ ପଠାଇବା ପରେ ଏ ସମ୍ପର୍କରେ ପୋଲିସକୁ ସୂଚନା ମିଳିଥିଲା। ତେବେ ଏପରି ଧମକ ପଛର କାରଣ ହେଉଛି କମଲାଙ୍କ ଉପରାଷ୍ଟ୍ରପତି ହେବା । କମଲା ଆମେରିକାର ଉପରାଷ୍ଟ୍ରପତି ହୁଅନ୍ତୁ ବୋଲି ଫେଲେପ୍ସ ଚାହୁଁ ନ ଥିଲେ। କମଲା ଏହି ପଦ ପାଇବା ପରେ ସେ ରାଗିଯାଇଥିଲେ। ତେଣୁ ତାଙ୍କୁ ମାରିବାକୁ ଧମକ ଦେଇଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ଏପରି କି ତଦନ୍ତ ସମୟରେ ପୋଲିସକୁ ଫେଲେପ୍ସଙ୍କର ଏକ ଫଟୋ ମିଳିଛି, ଯେଉଁଥିରେ ସେ ହାତରେ ବନ୍ଧୁକ ଧରିଥିବା ଦେଖାଯାଇଛି।
More Stories
ପ୍ରବାସୀଙ୍କୁ ଆମେରିକା ଛାଡିବାକୁ ଟମ୍ପ୍ଙ୍କ ନିର୍ଦ୍ଦେଶ……
ଗଠନ ହେବ ଓଡିଶା ରାଜ୍ୟ ରାଜପଥ ପ୍ରାଧିକରଣ….
ସିଗାରେଟ୍ ଭିତରେ ଗଞ୍ଜେଇ ଜବତ…..