ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ସକାଳେ ଜାପାନରେ ଭୂକମ୍ପ ଅନୁଭୂତ ହୋଇଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ଜଣାପଡ଼ିନାହିଁ କି ସୁନାମି ସମ୍ପର୍କରେ ସୂଚନା ନାହିଁ। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ମିୟାଗି ପ୍ରିଫେକ୍ଟର। ପାଣିପାଗ ବିଭାଗ (ଜେଏମ୍ଏ) ଅନୁଯାୟୀ, ସକାଳ ପ୍ରାୟ ୯ଟା ୨୯ରେ ଏହି କମ୍ପନ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୫.୮ ଥିଲା। ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଜାପାନରେ ଅନେକ ଥର ଭୂକମ୍ପ ଅନୁଭୂତ ହୋଇଛି। ମାର୍ଚ୍ଚ ୨୦ରେ ଜାପାନରେ କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ଥିଲା।






More Stories
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..
“ଆଜି,ଭାରତ ଏକ ସ୍ଥିର ସରକାର ସହିତ ବିଶ୍ୱ ସ୍ତରରେ ପ୍ରଗତି କରୁଛି……
BCIକୁ CJIଙ୍କ ପରାମର୍ଶ…..