ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାତି ସୁଦ୍ଧା ଓଡିଶାରେ ଆଉ ଦୁଇ ଲକ୍ଷ କୋଭିଶିଲ୍ଡ ଟିକା ପହଞ୍ଚିବ | ଏନେଇ ହେଲ୍ଥ ଆଣ୍ଡ୍ ଫ୍ୟାମିଲି ୱେଲ୍ଫେୟାର୍ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ରାଜ୍ୟ ଏହି ଟିକା ପାଇବା ପରେ ସୋମବାର ଠାରୁ ଟିକାକରଣ ପ୍ରକ୍ରିୟା ସ୍ୱାଭାବିକ ହେବ। ବର୍ତ୍ତମାନ ରାଜ୍ୟରେ କୋଭିଶିଲ୍ଡର ତିନି ଲକ୍ଷ ଡୋଜର ଷ୍ଟକ୍ ରହିଛି ଯାହା ଦୁଇ ଦିନ ଧରି ଅଭିଯାନ ଜାରି ରଖିବାରେ ସହାୟକ ହେବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ସୂଚନା ଅନୁଯାୟୀ, ଟିକାକରଣର ଅଭାବ ହେତୁ ପ୍ରାୟ ୧୦୦୦ ଟିକାକରଣ କେନ୍ଦ୍ର ବନ୍ଦ ହୋଇଯାଇଥିଲା ଏବଂ ରବିବାର ଦିନ କେବଳ ୪୨୭ କେନ୍ଦ୍ରରେ ଟିକାକରଣ ଅଭିଯାନ ଚାଲିଥିଲା।






More Stories
ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ…..
କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା…..
ଘୂର୍ଣ୍ଣିବଳୟ ସକ୍ରିୟ:ଘଡ଼ଘଡି ସହ ବର୍ଷା ସମ୍ଭାବନା…..