ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆକାଶରୁ ନିଆଁ ବର୍ଷା ହେଉଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପାରଦ ବଢ଼ିବା ସହ ଏବେ ଜଙ୍ଗଲ ନିଆଁ ଅଣାୟତ୍ତ। ପାର୍ବତ୍ୟାଞ୍ଚଳ ଓ ଘଞ୍ଚ ଜଙ୍ଗଲ ହୁତୁହୁତୁ ହୋଇ ଜଳୁଛି । ସବୁଜିମାରେ ଭରପୂର ଜଙ୍ଗଲ ଜଳିବା ଦ୍ବାରା ଜଙ୍ଗଲୀ ଜୀବଜନ୍ତୁ ଏବେ ମରଣ ମୁହଁରେ। ଅନେକ ଯିବା ଗାଁ ମୁହଁ ହୋଇଛନ୍ତି | ଏଥିଯୋଗୁଁ ତାପମାତ୍ରା ମଧ୍ୟ ବଢୁଛି। ସଦ୍ୟପ୍ରାପ୍ତ ରବିବାର ତଥ୍ୟ ଅନୁସାରେ, ଦେଶର ୨୧୧ ବନଖଣ୍ଡ ରେଞ୍ଜ ଅଧୀନସ୍ଥ ଜଙ୍ଗଲରେ ନିଆଁ ଲାଗିଛି। ସବୁଠୁ ଉଦ୍ବେଗର ବିଷୟ ହେଉଛି, ତା ମଧ୍ୟରେ ଓଡ଼ିଶାରୁ ସର୍ବାଧିକ ୧୫ଟି ଜିଲାର ୪୩ ରେଞ୍ଜରେ ଜଙ୍ଗଲ ଜଳୁଛି। ସନ୍ଧ୍ୟା ପର୍ଯ୍ୟନ୍ତ ବନାଗ୍ନି ସକ୍ରିୟ ଥିବାବେଳେ ବନଖଣ୍ଡ ବିଭାଗର କର୍ମଚାରୀ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇପାରିନାହାନ୍ତି। ଫଳସ୍ବରୂପ ଛାରଖାର ହେଉଛି ସବୁଜବନାନୀ ଏବଂ ପ୍ରଭାବିତ ହେଉଛନ୍ତି ପ୍ରାକୃତିକ ଆବାସସ୍ଥଳର ଜଙ୍ଗଲୀ ଜୀବଜନ୍ତୁ। ପ୍ରତିଦିନ ରାଜ୍ୟରେ ଜଙ୍ଗଲ ଜଳୁଥିଲେ ମଧ୍ୟ ବିଭାଗ ଦାୟିତ୍ବବାନ ହେଉନି। ଜଙ୍ଗଲ ନିଆଁ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ଥିବାବେଳେ ଜଙ୍ଗଲକୁ ନିଆଁ ମୁହଁରୁ ରକ୍ଷା କରିବା ପାଇଁ ସରକାର ଗତବର୍ଷ ଟାସ୍କଫୋର୍ସ ଗଠନ କରିଥିଲେ; କିନ୍ତୁ ଚଳିତ ବର୍ଷ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଏ ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ।
More Stories
କମିଲା ସୁନା ଦାମ୍…..
ଶ୍ରୀମନ୍ଦରରେ ଲାଗିବ ଆଣ୍ଟିଡ୍ରୋନ ସିଷ୍ଟମ୍….
ବଦଳିଲା ସାବିତ୍ରୀ ଅମାବାସ୍ୟା ଛୁଟି…..