ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରଖ୍ୟାତ ଗାୟକ ତଥା ସୁନାମଧନ୍ୟ ସଙ୍ଗୀତ ନିର୍ଦେଶକ ପ୍ରଫୁଲ୍ଲ କରଙ୍କର ଦେହାନ୍ତ ହୋଇଛି | ୮୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗକରିଛନ୍ତି । ଭୁବନେଶ୍ବର ସତ୍ୟନଗର ସ୍ଥିତ ତାଙ୍କ ବାସଭବନରେ ରବିବାର ରାତିରେ ପ୍ରଫୁଲ୍ଲ କରଙ୍କ ପରଲୋକ ଘଟିଛି। ଜଣେ ସୁନାମଧନ୍ୟ ଗାୟକ ଓ ସଙ୍ଗୀତ ନିର୍ଦେଶକ ଭାବେ ବେଶ ପରିଚିତ ଥଲେ । ସଙ୍ଗୀତ ଜଗତଙ୍କୁ ବିଶେଷ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଅନେକ ଚଳଚ୍ଚିତ୍ରରେ ନିଜେ ଗୀତ ଗାଇବା ସହ ସଙ୍ଗୀତ ନିର୍ଦେଶନା ଦେଇ ସେ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ। ପ୍ରଫୁଲ୍ଲ କରଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ବିରାଟ ଶୋକର ଛାୟା ଖେଳିଯାଇଛି |






More Stories
ନାବାଳକଙ୍କୁ ହତ୍ୟା କଲା ନାବାଳକ…..
୨୨ରୁ ବିଧାନସଭା ଅଧିବେଶନ…….
ଜାତୀୟ ଢାଞ୍ଚାରେ ସୁଦୃଢ଼ ହେବ ରାଜ୍ୟର ବିପର୍ଯ୍ୟୟ ମୁକାବିଲା ବାହିନୀ…..