ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ଶାନ୍ତି ଭୂଷଣଙ୍କର ଆଜି ୯୭ ବର୍ଷ ବୟସରେ ପରଲୋକ ଘଟିଛି। ଦିଲ୍ଲୀ ସ୍ଥିତ ବାସଭବନରେ ସନ୍ଧ୍ୟା ୭ଟା ସମୟରେ ଶାନ୍ତି ଭୂଷଣ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ସେ ମୋରାରଜୀ ଦେଶାଇ ସରକାରରେ ଆଇନ ମନ୍ତ୍ରୀ ଥିଲେ। ପ୍ରସିଦ୍ଧ ଏନ୍ଜିଓ ‘ସେଣ୍ଟର ଫର୍ ପବ୍ଲିକ ଇଣ୍ଟ୍ରେଷ୍ଟ ଲିଟିଗେସନ୍’ର ସେ ପ୍ରତିଷ୍ଠାତା। ଅନେକ ଅସାଧାରଣ ମାମଲାରେ ତାଙ୍କର ବଳିଷ୍ଠ ତର୍କ ଏବଂ ଜନସ୍ବାର୍ଥ ମାମଲା ଦ୍ବାରା ସମାଜରେ ପରିବର୍ତ୍ତନ ଆଣିବା ପାଇଁ ପ୍ରୟାସ ନିମନ୍ତେ ଶାନ୍ତି ଭୂଷଣ ଚର୍ଚ୍ଚାରେ ରହୁଥିଲେ। ସେ ରାଜନେତା ରାଜ ନାରାୟଣଙ୍କୁ ଆହ୍ଲାବାଦ ହାଇକୋର୍ଟରେ ପ୍ରତିନିଧିତ୍ବ କରିଥିଲେ ଏବଂ ଏହି ମାମଲା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ବିରୋଧରେ ଥିଲା। ବ୍ୟାପକ ଅନିୟମିତତା କାରଣରୁ ଇନ୍ଦିରାଙ୍କ ଲୋକସଭା ନିର୍ବାଚନକୁ ଜୁନ୍ ୧୯୭୫ରେ ଅସିଦ୍ଧ ଘୋଷଣା କରାଯାଇଥିଲା ଏବଂ ତାଙ୍କୁ ଗାଦି ହରାଇବାକୁ ପଡ଼ିଥିଲା।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..