ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉରୁଗୁଏରୁ ପ୍ରତିନିଧିତ୍ୱ କରୁଥିବା ଜଣେ ପୂର୍ବତନ ବିଶ୍ୱ ସୁନ୍ଦରୀ ପ୍ରତିଯୋଗୀଙ୍କର ମୃତ୍ୟୁ ହୋଇଛି। ମାତ୍ର ୨୬ ବର୍ଷ ବୟସରେ ଶେରିକା ଡି ଅର୍ମାସଙ୍କ ମୃତ୍ୟୁ ଘଟିଛି । ଅକ୍ଟୋବର ୧୩ ରେ ଅର୍ମାସଙ୍କ ମୃତ୍ୟୁ ଘଟିଥିହା ନ୍ୟୁୟର୍କ ପୋଷ୍ଟରେ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, ଅର୍ମାସ ଗର୍ଭାଶୟ କର୍କଟରେ ପୀଡିତ ଥିଲେ। କେମୋଥେରାପି ଏବଂ ରେଡିଓଥେରାପି ଚିକିତ୍ସା ଚାଲିଥିବା ସତ୍ତ୍ୱେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ ପରିବାର ବର୍ଗଙ୍କ ସମେତ ବିୟୁଟି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ଏବଂ ମିସ୍ ୟୁନିଭର୍ସ ଉରୁଗୁଏ ୨୦୨୨ ଶୋକବାର୍ତ୍ତା ଜଣାଇଥିବା ସୂଚନା ମିଳିଛି |






More Stories
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..
ନୀତିନ ନବୀନଙ୍କ ଇସ୍ତଫା…..
ଆଜି ଇସ୍ତଫା ଦେବେ ନୀତୀଶ…..