ରିପୋର୍ଟ କାର୍ଡ / ବଲାଙ୍ଗୀର
ମଙ୍ଗଳବାର ଜମ୍ମୁ-କଶ୍ମୀରର ପହଲଗାମ୍ ଜିଲ୍ଲାରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଲାଠୋର ଗ୍ରାମର ଦିନେଶ ଅଗ୍ରୱାଲ(୪୫) ପ୍ରାଣ ହରାଇଛନ୍ତି। ଏହି ଖବର ବୁଧବାର ଜଣାପଡିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଦିନେଶ ଲାଠୋର ଗ୍ରାମର ସ୍ବର୍ଗତ ପ୍ରୟାଗଚାନ୍ଦ ଅଗ୍ରୱାଲଙ୍କ ସାନ ପୁଅ l ପ୍ରାୟ ୧୦ ବର୍ଷ ହେବ ଦିନେଶ ଛତିଶଗଡ଼ ରାୟପୁରକୁ ପରିବାର ସହ ଯାଇ ସେଠାରେ ଷ୍ଟିଲ ବ୍ୟବସାୟ କରୁଥିଲେ। ଜଣେ ଜଣାଶୁଣା ବ୍ୟବସାୟୀ ଭାବେ ସେଠାରେ ପରିଚିତ ଥିଲେ। ସେ ତାଙ୍କର ୨୦ତମ ବିବାହ ବାର୍ଷିକୀ ଉତ୍ସବ ପାଳନ ପାଇଁ ସ୍ତ୍ରୀ ନେହା ଏବଂ ଝିଅ ଓ ପୁଅଙ୍କୁ ସାଙ୍ଗରେ ନେଇ କଶ୍ମୀର ଯାଇଥିଲେ l ସେଠାରେ ସେ ପ୍ରାଣ ହରାଇବା ଖବର ଶୁଣି ଗଁାରେ ରହୁଥିବା ସମ୍ପର୍କୀୟମାନେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି l






More Stories
୫ କଏଦୀ ଏଚଆଇଭି ପଜିଟିଭ ଚିହ୍ନଟ…..
ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ…..
ଓଡ଼ିଶା ଇଭି ପଲିସି ଅବଧି ବୃଦ୍ଧି…..