Report Card Odisha

| Daily Odia News

ପିପିଲି ଉପ-ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପିପିଲି ଉପ-ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର । ମଙ୍ଗଳପୁର ସ୍ଥିତ ବ୍ଲକ୍ କଂଗ୍ରେସ କାର୍ଯ୍ୟାଳୟରୁ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରି ପୁରୀ ଏଡିଏମଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଶ୍ବକେଶନ। କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ଏବେ ପୁରୀ ଜିଲ୍ଲା ସେବାଦଳର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଛନ୍ତି । ଏହାସହ ପୁରୀ କୋର୍ଟରେ ଓକିଲାତି ମଧ୍ୟ କରୁଛନ୍ତି । ତୃଣମୂଳସ୍ତରରେ ଦଳର ଜଣେ ଭଲ ସଂଗଠକ ଭାବେ ସେ ଜଣାଶୁଣା ଓ ଦଳ ପ୍ରତି ଆନୁଗତ୍ୟ ରହିଥିବାରୁ ତାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ସୂଚନାଯୋଗ୍ୟ ଯେ, ପିପିଲି ଉପ-ନିର୍ବାଚନ ପାଇଁ ଗତ ଅପ୍ରେଲ ୧୭ ତାରିଖରେ ମତଦାନ ହେବାର ଥିଲା । କିନ୍ତୁ ଅପ୍ରେଲ ୧୪ ତାରିଖରେ କରୋନାରେ ସଂକ୍ରମିତ ହୋଇ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା । ପରେ ନିର୍ବାଚନ କମିଶନର ପିପିଲି ନିର୍ବାଚନକୁ ବାତିଲ କରିଥିଲେ । ତେବେ ମେ’ ୧୩ରେ ମତଦାନ ହେବା ନେଇ ଘୋଷଣା କରାଯାଇଥିଲା କିନ୍ତୁ ଇଦ୍‌-ଉଲ୍‌-ଫିତର ପଡୁଥିବାରୁ ମେ’ ୧୬ରେ ମତଦାନ ହେବା ନେଇ ସାନି ବିଜ୍ଞପ୍ତି ଜାରି କରିଥିଲେ ମୁଖ୍ୟ ନିର୍ବାଚନ କମିଶନର ।

Breaking News