ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବର୍ତ୍ତମାନ ଗୁଗୁଲ ବନ୍ଦ କରିବାକୁ ଯାଉଛି ମେସେଜିଂ ଆପ୍ ହ୍ୟାଙ୍ଗଆଉଟ୍ | ଏହା ପରିବର୍ତ୍ତେ, କମ୍ପାନୀ ଏକ ନୂଆ ମେସେଜିଂ ଆପ୍ ଅର୍ଥାତ୍ ଗୁଗୁଲ୍ ଚାଟ୍ ଲଞ୍ଚ କରିବାକୁ ଯାଉଛି। ଏପରି ପରିସ୍ଥିତିରେ, ହ୍ୟାଙ୍ଗଆଉଟ୍ ୟୁଜର୍ସଙ୍କୁ ଗୁଗୁଲ୍ ଚାଟ୍ କୁ ଅଣାଯିବ। ଏଭଳିକି ସମସ୍ତଙ୍କ ହ୍ୟାଙ୍ଗଆଉଟ୍ ର ତଥ୍ୟକୁ ସୁରକ୍ଷିତ ରଖିବା ଉଚିତ୍। ତେବେ ଆସନ୍ତୁ ଜାଣିବା ଯେ, ଗୁଗୁଲ୍ ଚାଟ୍ କ’ଣ ଏବଂ ହ୍ୟାଙ୍ଗଆଉଟ୍ର ୟୁଜର୍ସମାନଙ୍କୁ ଏଠାକୁ ସ୍ଥାନାନ୍ତରିତ କରାଯିବ । ରିପୋର୍ଟ ଅନୁଯାୟୀ, ଗୁଗୁଲ୍ ଚାଟ୍ ୨୨ ମାର୍ଚ୍ଚ ୨୦୨୨ ରୁ ଚାଲୁ ହେବ। ଏପରି ସ୍ଥିତିରେ, ଯେତେବେଳେ ଆପଣ ହ୍ୟାଙ୍ଗଆଉଟ୍ ଉପରେ କ୍ଲିକ୍ କରିବେ। ଠିକ୍ ସେତେବେଳେ ସେଠାରୁ ଗୁଗୁଲ୍ ଚାଟ୍ କୁ ସ୍ଥାନାନ୍ତରିତ ହୋଇଯିବେ। ଏହା ପରେ, ହ୍ୟାଙ୍ଗଆଉଟ୍ ର ଅପସନ୍ ବନ୍ଦ ହୋଇଯିବ। ତେବେ ବିଶେଷଜ୍ଞଙ୍କ ଅନୁଯାୟୀ, ହ୍ୟାଙ୍ଗଆଉରୁ ତଥ୍ୟ କଟିବାର କମ୍ ସମ୍ଭାବନା ଅଛି, ତଥାପି ସତର୍କତା ଭାବରେ ହ୍ୟାଙ୍ଗଆଉଟ୍ ରେ ଥିବା ଗୁରୁତ୍ୱପୂର୍ଣ୍ଣ ମେସେଜ୍ ଏବଂ ଫାଇଲ ଗୁଡିକର ବ୍ୟାକଅପ୍ ରଖି ନିଅନ୍ତୁ। ଯଦି ଆପଣ ହ୍ୟାଙ୍ଗଆଉଟ୍ ବ୍ୟାକଅପ୍ କରିବାକୁ ଚାହୁଁଛନ୍ତି, ତେବେ ଚାଲନ୍ତୁ ଜାଣିବା କିପରି ହେବ। ପ୍ରଥମେ ହ୍ୟାଙ୍ଗଆଉଟ୍ ଆପ୍କୁ ଯାଆନ୍ତୁ । ବର୍ତ୍ତମାନ ସେଟିଂକୁ ଯାଇ ଚାଟ୍ ଅପ୍ସନ୍ ସିଲେକ୍ଟ କରନ୍ତୁ। ଏହା ପରେ ଆପଣଙ୍କୁ ଏକ୍ସପର୍ଟ ମେସେଜ୍ର ଅପସନ ବାଛିବାକୁ ପଡିବ। ଏହା ପରେ ହୋଇଯିବ ବ୍ୟାକ୍ଅପ୍। ଏହା ବ୍ୟତୀତ ଗୁଗୁଲ ଜୁନ୍ ୨୦୨୦ରୁ ହ୍ୟାଙ୍ଗଆଉଟ୍ ବନ୍ଦ କରିବା ପାଇଁ କାମ ଆରମ୍ଭ କରି ଦେଇଥିଲା। ଏହା ପରେ କମ୍ପାନୀ ଏହାକୁ Gmail ସହିତ ସଂଯୋଗ କରିବାକୁ ଚାହୁଁଥିଲା। ଏହାପୂର୍ବରୁ ଏହି ପ୍ଲାଟଫର୍ମ ୨୦୧୭ରେ ଗୁଗୁଲ୍ ଟକ୍ ଭାବରେ ଲଞ୍ଚ କରାଯାଇଥିଲା ।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..