Report Card Odisha

| Daily Odia News

ଜୋର ଜବରଦସ୍ତ ମହିଳାଙ୍କୁ କିସ୍ କଲେ ଗଭର୍ଣ୍ଣର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜୋର ଜବରଦସ୍ତ ମହିଳାଙ୍କୁ କିସ୍ କରିଦେଲେ ଗଭର୍ଣ୍ଣର। ନ୍ୟୁୟର୍କ ଗଭର୍ଣ୍ଣର ଏଣ୍ଡ୍ର୍ୟୁ ଗ୍ୟୁମୋଙ୍କ ବିରୋଧରେ ଆସିଛି ଏଭଳି ସାଙ୍ଘାତିକ ଆଭିଯୋଗ। ନ୍ୟୁୟର୍କର ଶେରି ଭିଲେ ନାମକ ଜଣେ ମହିଳା ଗଭର୍ଣ୍ଣର ଏଣ୍ଡ୍ର୍ୟୁ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି। ବାରଣ ସ୍ୱେତେବି ଗଭର୍ଣ୍ଣର ତାଙ୍କୁ ଜବରଦସ୍ତି କିସ୍ କରିବାକୁ ଚେଷ୍ଟା କରିଥିବା ସେ କହିଛନ୍ତି। କେବଳ ସେତିକି ନୁହେଁ ସେ ତାଙ୍କୁ ଯୌନ ଶୋଷଣ କରିବା ସହ ତାଙ୍କ ପରିବାର ପ୍ରତି ଏଣ୍ଡ୍ର୍ୟୁଙ୍କ ଗତିବିଧି ଅମମାନଜନକ ଥିବା ନେଇ ସାମ୍ବାଦିକ ସମ୍ମିଳନୀ କରି ପୀଡିତା ଜଣକ ଅଭିଯୋଗ କରିଛନ୍ତି।ସାମ୍ବାଦିକ ସମ୍ମିଳନୀରେ ଉକ୍ତ ପୀଡିତାଙ୍କ ଓକିଲ କହିବା ଅନୁଯାୟୀ, ଏହି ପୁରା ମାମଲା ହେଉଛି ବର୍ଷ ୨୦୧୭ର । ସେତେବେଳେ ବନ୍ୟା ପରେ କ୍ଷୟକ୍ଷତିର ଆକଳନ କରିବା ପାଇଁ ଗଭର୍ଣ୍ଣର ଏଣ୍ଡ୍ର୍ୟୁ ଉକ୍ତ ମହିଳାଙ୍କ ଘରକୁ ଯାଇଥିଲେ। ସେଠାରେ ତାଙ୍କୁ ବିନା ସହମତିରେ ଗଭର୍ଣ୍ଣର କିସ୍‌ କରିଥିଲେ। କେବଳ ସେତିକି ନୁହେଁ ପୀଡିତାଙ୍କ ହାତ ଧରି ଗଭର୍ଣ୍ଣର ତାଙ୍କୁ ଆପତ୍ତିଜନକ ଭାଷାରେ କଥା ମଧ୍ୟ ହୋଇଥିଲେ। ଏହି କିସ୍‌ କରିବା ବେଳର ଏକ ଫଟୋକୁ ପୀଡିତା ଜଣକ ପ୍ରମାଣ ସ୍ୱରୂପ ସାମ୍ବାଦିକ ସମ୍ମିଳନୀରେ ଜାରି କରିଛନ୍ତି। ସୂଚନାଯୋଗ୍ୟ ଯେ, ୫୫ ବର୍ଷୀୟ ନ୍ୟୁୟର୍କ ବାସିନ୍ଦା ଭିଲେ ହେଉଛନ୍ତି ଦଶମ ମହିଳା, ଯିଏକି ନ୍ୟୁୟର୍କର ଗଭର୍ଣ୍ଣର ଏଣ୍ଡ୍ର୍ୟୁଙ୍କ ବିରୋଧରେ ଏଭଳି ଅସଦାଚରଣ ଅଭିଯୋଗ ଆଣିଛନ୍ତି। ଏହାପୂର୍ବରୁ ମଧ୍ୟ ଅନେକ ମହିଳା ଉକ୍ତ ଭଗର୍ଣ୍ଣରଙ୍କ ବିରୋଧରେ ଏପରି ଅଭିଯୋଗ ଆଣିସାରିଛନ୍ତି।

Breaking News