Report Card Odisha

| Daily Odia News

କାଳିଆ ଯୋଜନାରେ ୬୬୯୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କାଳିଆ ଯୋଜନାରେ ରାଜ୍ୟ ସରକାର ୬୬୯୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ୩ ବର୍ଷ ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ ହୋଇଥିବା କୃଷି ମନ୍ତ୍ରୀ ଅରୁଣ ସାହୁ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି। ବିଧାୟକ ନାଉରୀ ନାୟକଙ୍କ ଏକ ପ୍ରଶ୍ନ ଉତ୍ତରରେ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ୨୦୧୮-୧୯ ଓ ୨୦୧୯-୨୦ ବର୍ଷରେ କାଳିଆ ଯୋଜନାରେ ୫୧.୦୫ ଲକ୍ଷ ଜଣ କ୍ଷୁଦ୍ର ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଥିଲା ଏବଂ ଏଥିପାଇଁ ୨୦୧୮-୧୯ ମସିହାରେ ଚାଷୀ ସହାୟତା ଓ ପ୍ରଶାସନିକ ବ୍ୟୟ ବାବଦକୁ ୨୧୭୫.୬୬ କୋଟି ବ୍ୟୟ କରାଯାଇଛି । ସେହିପରି ୨୦୧୯-୨୦ ମସିହାରେ ୩୨୪୩.୦୧ କୋଟି ଟଙ୍କା ବ୍ୟୟ କରାଯାଇଥିଲା। ପୁନଶ୍ଚ ୨୦୨୦-୨୧ ମସିହାରେ ୫୩.୫୫ ଲକ୍ଷ କ୍ଷୁଦ୍ର ନାମମାତ୍ର ଓ ଭୂମିହୀନ କୃଷି ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଛି ଏବଂ ଏଥିପାଇଁ ଫେବୃଆରୀ ମାସ ସୁଦ୍ଧା ୧୨୭୨.୧୯ କୋଟି ଟଙ୍କା ବ୍ୟୟ କରାଯାଇଥିଲା ।

Breaking News