Report Card Odisha

| Daily Odia News

୨ ବିଶ୍ଵବିଦ୍ୟାଳୟ ପାଇଁ ନୂଆ କୁଳପତି ନିଯୁକ୍ତ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ରାଜ୍ୟର ଦୁଇଟି ବିଶ୍ଵବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲାର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ଉମାବଲ୍ଲଭ ମହାପାତ୍ର ନିଯୁକ୍ତ ହୋଇଥିବାବେଳେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ସଞ୍ଜୟ ଶତପଥୀ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଭୟ ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ନିଯୁକ୍ତ କରିଛନ୍ତି। ପ୍ରଫେସର ମହାପାତ୍ରଙ୍କର ୩୩ ବର୍ଷର ଅଧ୍ୟାପନା ଅଭିଜ୍ଞତା ରହିଥିବାବେଳେ ସେ ଏକ ପୁସ୍ତକ ଲେଖିଛନ୍ତି। ପ୍ରଫେସର ମହାପାତ୍ର ୧୪ ଜଣ ପିଏଚ.ଡି ଏବଂ ୨୪ ଜଣ ଏମ.ଫିଲ୍‌ ଛାତ୍ରଛାତ୍ରୀଙ୍କୁ ସଫଳତାର ସହ ଗାଇଡ୍‌ କରିଛନ୍ତି। ସେହିପରି ପ୍ରଫେସର ଶତପଥୀଙ୍କର ୩୬ ବର୍ଷରୁ ଅଧିକ ସମୟର ଅଧ୍ୟାପନା ଅଭିଜ୍ଞତା ରହିଛି। ସେ ୨୪ଟି ପୁସ୍ତକ ରଚନା କରିଥିବାବେଳେ ତାଙ୍କ ଅଧୀନରେ ୨୦ ଜଣ ପିଏଚ.ଡି ସ୍କଲାର ଡିଗ୍ରୀ ହାସଲ କରିଥିବା ନେଇ ସୂଚନା ମିଳିଛି ।

Breaking News