Report Card Odisha

| Daily Odia News

ସରିଲା ରାଜ୍ୟ କ୍ୟାବିନେଟ ବୈଠକ,୯ଟି ପ୍ରସ୍ତାବ ଉପରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସରିଲା ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟର ବୈଠକ। ଏହି ବୈଠକରେ ୯ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର । ଭିଡିଓ କନ୍‌ଫେରେନ୍ସିଂ ଜରିଆରେ ବସିଥିଲା ବୈଠକ । ସେଗୁଡିକ ହେଉଛି- ଭୁବନେଶ୍ୱରରେ ହେବ ବାଗ୍‌ଚୀ-ଶଙ୍କର କ୍ୟାନ୍‌ସର ହସ୍ପିଟାଲ । ଏଥିପାଇଁ ସୁବ୍ରତ ବାଗ୍‌ଚୀ ଓ ତାଙ୍କ ପତ୍ନୀ ସୁସ୍ମିତା ବାଗ୍‌ଚୀ ୨୧୦ କୋଟି ଟଙ୍କା ପ୍ରଦାନ କରିବେ । ଏହା ୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଇନ୍‌ଫୋସିଟି ଅଞ୍ଚଳରେ ୨୦ଏକର ଜମି ଯୋଗାଇ ଦିଆଯିବ । ପ୍ରଥମେ ୨୫୦ ବେଡ ଓ ପରେ ୫ଶହ ବେଡର ହସ୍ପିଟାଲରେ ପରିଣତ କରାଯିବ। ଭୁବନେଶ୍ବରରେ ପାଲିଏଟିଭ୍ କେୟାର ହସ୍ପିଟାଲ ପାଇଁ ମଧ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି। ବାଗଚି କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ମିଳିତ ଭାବେ ଏହାକୁ ଭୁବନେଶ୍ବରରେ ନିର୍ମାଣ କରିବେ। ଏଥିପାଇଁ ବାଗଚି ଦମ୍ପତି ୧୩୦ କୋଟି ଟଙ୍କା ପ୍ରଦାନ କରିବେ। ଇନଫୋଭ୍ୟାଲି ନିକଟରେ ସରକାର ଏଥିପାଇଁ ୨୦ ଏକର ଜମି ଯୋଗାଇ ଦେବେ। ଏଥିରେ ରୋଗୀଙ୍କ ଚିକିତ୍ସା ମାଗଣାରେ କରାଯିବ। ସେହିଭଳି ଓଡ଼ିଶା ଖଣିଜ ପଦାର୍ଥ ଚୋରି ଓ ବେଆଇନ କାରବାର ନିରାକରଣ ସଂଶୋଧନ ଅଧିନିୟମ ୨୦୨୧କୁ ମଧ୍ୟ କ୍ୟାବିନେଟ ମୋହର ବାଜିଛି। ଏହାଦ୍ବାରା ରାଜ୍ୟରେ ଖଣିଜ ପଦାର୍ଥ ଚୋରି, ଚୋରାଚାଲାଣ ଏବଂ ଖଣି ସଂପର୍କିତ ବେଆଇନ କାରବାରରେ ଅଙ୍କୁଶ ଲାଗିବ।

 

Breaking News