ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖରାଦିନ ପାଇଁ ପାନୀୟ ଜଳ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ଅଚଳ ନଳକୂପ ସ୍ଥାନରେ ନୂଆ ନଳକୂପ ବସାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଖରା ବଢିବାରେ ଲାଗିଛି । ଫଳରେ ବିଭିନ୍ନ ସ୍ଥାନରେ ପିଇବା ପାଣିର ଅଭାବ ଦେଖାଦେଇଛି । କିଛି ସ୍ଥାନରେ ନଳକୂପ ଅଚଳ ହୋଇପଡିଛି । ଫଳରେ ସେହି ସ୍ଥାନରେ ନଳକୂଳ ବସାଇବାକୁ ବିଭାଗ ପକ୍ଷରୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ଆହୁରି ଖରା ବଢିବାକୁ ଥିବାରୁ ଯେପରି ଜନସାଧାରଣ ଅସୁବିଧାରେ ନପଡନ୍ତି ସେଥିପ୍ରତି ଧ୍ୟାନ ରଖାଯିବ ବୋଲି ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି । ।
More Stories
ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ନେଇ ଆବେଦନ…..
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା;ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ…..
ରାସନ କାର୍ଡ ନେଇଥିବା ଆୟକରଦାତାଙ୍କୁ ବାଦ୍ ଦିଆଯିବ…….