ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖରାଦିନ ପାଇଁ ପାନୀୟ ଜଳ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ଅଚଳ ନଳକୂପ ସ୍ଥାନରେ ନୂଆ ନଳକୂପ ବସାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଖରା ବଢିବାରେ ଲାଗିଛି । ଫଳରେ ବିଭିନ୍ନ ସ୍ଥାନରେ ପିଇବା ପାଣିର ଅଭାବ ଦେଖାଦେଇଛି । କିଛି ସ୍ଥାନରେ ନଳକୂପ ଅଚଳ ହୋଇପଡିଛି । ଫଳରେ ସେହି ସ୍ଥାନରେ ନଳକୂଳ ବସାଇବାକୁ ବିଭାଗ ପକ୍ଷରୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ଆହୁରି ଖରା ବଢିବାକୁ ଥିବାରୁ ଯେପରି ଜନସାଧାରଣ ଅସୁବିଧାରେ ନପଡନ୍ତି ସେଥିପ୍ରତି ଧ୍ୟାନ ରଖାଯିବ ବୋଲି ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି । ।






More Stories
ତେଲ ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ବଡ଼ ସୂଚନା…..
୨୦ରେ ଯୁକ୍ତ ଦୁଇ ରେଜଲ୍ଟ…..
ଅଳ୍ପକେ ସନ୍ତୁଷ୍ଟ ହୁଅ ନାହିଁ,କାମ କରି ଚାଲନ୍ତୁ……