Report Card Odisha

| Daily Odia News

ସମସ୍ତ ଗରିବ ଲୋକଙ୍କୁ ମାଗଣା ରାସନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନାର ଦ୍ୱିତୀୟ ଲହର ପାଇଁ ଆଜି କେନ୍ଦ୍ର ସରକାର ବଡଘୋଷଣା କରିଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ଏକାଧିକ ରାଜ୍ୟରେ କଟକଣା ଲାଗିଥିବାରୁ ଗରିବ ଲୋକ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେଣୁ ଗତବର୍ଷ ପରି ଚଳିତବର୍ଷ କେନ୍ଦ୍ର ସରକାର ମେ ଓ ଜୁନ୍‌ ମାସରେ ଦେଶର ସମସ୍ତ ଗରିବ ଲୋକଙ୍କୁ ମାଗଣାରେ ରାସନ ଯୋଗାଇ ଦେବେ। ଏହାଦ୍ୱାରା ପ୍ରାୟ ୮୦ କୋଟି ଲୋକ ଲାଭବାନ ହେବ ବୋଲି ସରକାର କହିଛନ୍ତି। ସରକାରଙ୍କ ଘୋଷଣା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବ ଲୋକଙ୍କୁ ୫ କେଜି ଚାଉଳ କିମ୍ବା ଗହମ ଓ ୧ କେଜି ଡାଲି ମିଳିବ। ଏଥିପାଇଁ ୨୬ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । କରୋନା ସଂକ୍ରମଣ ବେଳେ ଖାଦ୍ୟାଭାବ ଦୂର କରିବାକୁ ମୋଦି ସରକାର ଏପରି ପଦକ୍ଷେପ ନେଇଥିବା ନେଇ ସୂଚନା ମିଳିଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ୮୦ କୋଟି ଲୋକ ଏହି ଯୋଜନା ଦ୍ୱାରା ଲାଭବାନ ହେବେ। ସୂଚନା ଅନୁସାରେ – ଲୋକମାନେ ପୂର୍ବଭଳି ୫ କେଜି ଚାଉଳ, ଗହମ ଓ ଡାଲି ଯଥାକ୍ରମେ ୩, ୨ ଓ ୧ ଟଙ୍କାରେ ଅତିରିକ୍ତ ଭାବେ ମଧ୍ୟ କିଣିପାରିବେ। ଗତବର୍ଷ ମଧ୍ୟ କରୋନା ସଂକ୍ରମଣ ବେଳେ କେନ୍ଦ୍ର ସରକାର ଲୋକଙ୍କୁ ମାଗଣାରେ ରାସନ ଯୋଗାଇବାକୁ ଆରମ୍ଭ କରିଥିଲେ। ଏବେ ଉତ୍ତରାଖଣ୍ଡ ଓ କେରଳ ଭଳି ରାଜ୍ୟ ପୁଣିଥରେ ଏହି ଯୋଜନା ଆରମ୍ଭ କରିବାକୁ କେନ୍ଦ୍ରକୁ ନିବେଦନ କରିଥିଲେ। କେନ୍ଦ୍ର ସରକାର ଏହାକୁ ଗ୍ରହଣ କରି ମାଗଣା ରାସନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

Breaking News